ରାଜ୍ୟରେ ୧୧୭୩୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୧୭୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୫୫୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୫୧୬୩ ଜଣ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନଗୁଳରେ ୭୦୦, ବାଲେଶ୍ୱରରେ ୪୭୨, ବରଗଡ଼ରେ ୩୬୩, ଭଦ୍ରକରେ ୪୧୪, ବଲାଙ୍ଗୀରରେ ୪୦୧, ବୌଦ୍ଧରେ ୨୭୭, କଟକରେ ୮୭୦, ଦେବଗଡ଼ରେ ୧୨୯, ଢେଙ୍କାନାଳରେ ୧୫୩, ଗଜପତିରେ ୭୭, ଗଞ୍ଜାମରେ ୨୫୯, ଜଗତସିଂହପୁରରେ ୩୩୦, ଯାଜପୁରରେ ୩୮୩, ଝାରସୁଗୁଡ଼ାରେ ୩୯୧, କଳାହାଣ୍ଡିରେ ୨୭୪, କନ୍ଧମାଳରେ ୮୪, କେନ୍ଦ୍ରାପଡ଼ାରେ ୧୩୯, କେନ୍ଦୁଝରରେ ୨୨୦, ଖୋର୍ଦ୍ଧାରେ ୧୭୧୦, କୋରାପୁଟରେ ୨୮୯, ମାଲକାନାଗିରିରେ ୧୪୫, ମୟୂରଭଞ୍ଜରେ ୪୧୮, ନବରଙ୍ଗପୁରରେ ୪୧୭, ନୟାଗଡରେ ୨୬୧, ନୂଆପଡ଼ାରେ ୨୨୦, ପୁରୀରେ ୩୯୦, ରାୟଗଡ଼ାରେ ୨୪୫, ସମ୍ବଲପୁରରେ ୫୩୮, ସୋନପୁରରେ ୨୫୫, ସୁନ୍ଦରଗଡ଼ରେ ୬୪୧ ଓ ରାଜ୍ୟ ପୁଲରେ ୨୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Powered by Froala Editor