ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି
ପୁରୀ: ଶ୍ରୀମନ୍ଦିରରେ ଦୀପାବଳି ଅମାବାସ୍ୟା ଅବସରରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ମଙ୍ଗଳବାର ସୂର୍ୟ୍ୟୋପରାଗ ପଡୁଥିବାରୁ ଆଜି ହିଁ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବ । ମଙ୍ଗଳବାର ଭୋରରୁ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ୟ୍ୟୋପରାଗ ପଡ଼ୁଛି । ସୂର୍ୟ୍ୟୋପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି ରହିଛି । ଗ୍ରହଣ ସ୍ପର୍ଶ ଦିନ ୪ଟା ୫୬ ମିନିଟ ୫୨ ସେକଣ୍ଡ ଓ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ ରହିଛି ।
ଶ୍ରୀମନ୍ଦିରରେ ମଙ୍ଗଳବାର ରାତି ୧୨ଟାରେ ଦ୍ୱାରଫିଟା, ସାଢ଼େ ୨ଟାରୁ ୩ଟା ଭିତରେ ସକାଳଧୂପ, ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ। ପୁଣି ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ହେବ । ଗ୍ରହଣ ଭୋଗ ନୀତି ବଢିବା ପରେ ଅନ୍ୟାନ୍ୟ ନୀତି ବଢିବ ଛତିଶାନିଯୋଗରେ ଏହି ସମସ୍ତ ନୀତି ର୍ନିଘଣ୍ଟ କରାଯାଇଛି ।
ମୋଟ ୧୬ ମିନିଟ ୨୬ ସେକେଣ୍ଡ ପୁରୀକୁ ସୂର୍ୟ୍ୟୋପରାଗ ଦୃଶ୍ୟମାନ ହେବ । ତେଣେ ଚଳିତବର୍ଷ କାଉଁରିଆ ଜଳାଇବା ଉପରେ କୌଣସି କଟକଣା ନାହିଁ।
Powered by Froala Editor