ଶକ୍ତ ଝଟକା: ଇମ୍ରାନଙ୍କ ସାଂସଦ ପଦକୁ ରଦ୍ଦ କଲେ ନିର୍ବାଚନ କମିଶନର
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଶକ୍ତ ଝଟକା । ଇମ୍ରାନ ଖାନଙ୍କ ସାଂସଦ ପଦକୁ ରଦ୍ଦ କରିଛନ୍ତି ପାକିସ୍ତାନ ନିର୍ବାଚନ କମିଶନର । ଅର୍ଥାତ ଇମ୍ରାନ ଖାନ ଆଉ ସଂସଦର ସଦସ୍ୟ ରହିପାରିବେ ନାହିଁ । ଭୁଲ ତଥ୍ୟ ଦାଖଲ କରିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଏହାକୁ ଗୁରୁତର ସହ ନେଇଥିଲେ ।
ପାକିସ୍ତାନର ମୁଖ୍ୟ ନିର୍ବାଚନ ଆୟୋଗ ସିକନ୍ଦର ସୁଲତାନ ରାଜାଙ୍କ ଅଧ୍ୟକ୍ଷତାରେ ଗଠିତ ୪ଜଣିଆ କମିଟି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଇମ୍ରାନ ଖାନଙ୍କ ସାଂସଦ ପଦ ରଦ୍ଦ ହେବାପରେ ନିର୍ବାଚନ ଆୟୋଗ କାର୍ୟ୍ୟାଳୟର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ଇମ୍ରାନଙ୍କ ସମର୍ଥକ ମାନେ କୌଣସି ଅପ୍ରୀତିକର ଘଟଣା ଘଟାଇବାର ଆଶଙ୍କା ରହିଛି । ସିଇସିଙ୍କ ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଇମ୍ରାନ ଖାନଙ୍କ ସମର୍ଥକ । ତେଣୁ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
Powered by Froala Editor