ଦୁର୍ଘଟଣାରେ ୩ ମୃତ
ବାଲେଶ୍ୱର: ଶୁକ୍ରବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକକୁ କାର ଧକ୍କା ଦେବାରୁ ୩ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି।
ମିଳିଥିବା ସୂଚନା ମୁତାବକ, ୧୬ନମ୍ବର ଏନଏଚର ବାଲେଶ୍ୱର ସ୍ଥିତ ବାମପଦା ଛକ ଠାରୁ କିଛି ଦୂର ତାରିଣୀ ମନ୍ଦିର ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ମୃତକମାନଙ୍କ ପରିଚୟ ମିଳିପାରି ନଥିବା ବେଳେ ଆହତ ଦୁଇଜଣ ହେଲେ ଶରତ ଦାସଙ୍କ ପୁଅ ଅଭିଷେକ ଦାସ(୨୬) ଓ କରୁଣାକର ମହାନ୍ତିଙ୍କ ପୁଅ ସୁନୀଲ କୁମାର ମହାନ୍ତି(୨୯)। ସମସ୍ତେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର। ସେମାନେ ମୟୁରଭଞ୍ଜରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ତେବେ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor