ମାସ୍କ ସମ୍ପର୍କରେ ଆସିଲା ବଡ଼ ଖବର,ନିଶ୍ଚିତ ଜାଣନ୍ତୁ
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ଟିକାକରଣ ସହ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ମାସ୍କକୁ ଭଲଭାବେ ପିନ୍ଧିବା ପାଇଁ ବାରମ୍ବାର କୁହାଯାଉଛି । ତେବେ ମାସ୍କକୁ ନେଇ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପ୍ରଥମେ ଲୋକମାନଙ୍କୁ ବାହାରକୁ ବାହାରିଲା ମାତ୍ରେ ମାସ୍କ ପିନ୍ଧିବାକୁ କୁହାଯାଉଥିବବେଳେ ଏବେ ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।
ଏହି ପରିପ୍ରେକ୍ଷୀରେ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ, ପ୍ରଥମ ଲହର ଠାରୁ ୨ୟ ଲହର ୪ ଗୁଣା ଅଧିକ ବେଗରେ ମାତୁଛି । ସୁତରାଂ ପ୍ରଥମ ଲହର ଠାରୁ ଏବେ ୪ ଗୁଣା ଅଧିକ ସତର୍କ ହେବା ଦରକାର । ବାହାରକୁ ଗଲେ ନିଶ୍ଚିତ ଡବଲ ମାସ୍କ ପିନ୍ଧନ୍ତୁ । ଘରେ ବି ମାସ୍କ ପିନ୍ଧନ୍ତୁ । ଘରେ କପଡ଼ା ମାସ୍କ କିମ୍ବା ସର୍ଜିକାଲ ମାସ୍କ ପିନ୍ଧି ସୁରକ୍ଷିତ ରୁହନ୍ତୁ ବୋଲି ଡାକ୍ତର ନରେଶ ତ୍ରେହାନ କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ, ଅଯଥାରେ ମେଡିକାଲ ଯାଇ ଗହଳି କରନ୍ତୁ ନାହିଁ । ଡାକ୍ତର କହିଲେ ଯାଆନ୍ତୁ । ଟିକାକୁ ନେଇ ଶଙ୍କା କରନ୍ତୁ ନାହିଁ । ଜୁଲାଇ ସୁଦ୍ଧା ଟିକା ଉପôାଦନ ହୋଇସାରିଥିବ । ଅଭାବ ରହିବ ନାହିଁ । କୋଭିସିଲ୍ଡ ବ୍ୟବଧାନ ବଢିବା ନେଇ ଏବେ ଦେଶରେ ବିତର୍କ ଲାଗି ରହିଛି । ହଟସ୍ପଟ ଜାଗାରେ ବ୍ୟବଧାନ କମ କରିବା ଉଚିତ ବୋଲି ମୋର ମତ । ହଟସ୍ପଟ ଅଞ୍ଚଳରେ ବ୍ୟବଧାନ ୬ ସପ୍ତାହ କରାଯିବା ମୋର ମତ । ଟିକା ନେଲା ପରେ ବି କୋଭିଡ ନିୟମ ମାନିବା ନିହାତି ଦରକାର ବୋଲି ଡାକ୍ତର ନରେଶ ତ୍ରେହାନ କହିଛନ୍ତି ।
Powered by Froala Editor