ମମତା ବାନାର୍ଜୀଙ୍କ ସାନ ଭାଇ କରୋନାରେ ମୃତ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନା ଆକ୍ରାନ୍ତଙ୍କ ସହ କରୋନା ମୃତକଙ୍କ ସଂଖ୍ୟା ବି ବଢିଚାଲିଛି । ଧନ କି ଗରୀବ କିଛି ଦେଖୁନାହିଁ କରୋନା । ଉଭୟ ଧନୀ ଓ ଗରିବଙ୍କ ମୁଣ୍ଡ ନେଉଛି କରୋନା । ଏହାରି ଭିତରେ ଏକ ଦୁଃଖଦ ଖବର ଆସିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବାନାର୍ଜୀଙ୍କ କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି । ସୂଚନା ମୁତାବକ ସେ କରୋନାରେ ସଂକ୍ରମିତ ହେବା ପରେ କୋଲକାତା ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । କିନ୍ତୁ ହଠାତ୍ ଆଜି ତାଙ୍କର ଦେହାନ୍ତ ହୋଇଛି ।
Powered by Froala Editor