ଭୟଙ୍କର ହେଉଛି କରୋନା ସ୍ଥିତି, ବଢିପାରେ ଲକଡାଉନ ଅବଧି

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆଜି ଅପରାହ୍ନ ୪.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । କରୋନାର ଦ୍ୱିତୀୟ ଲହରକୁ ନେଇ ଏହି ପ୍ରେସମିଟ କରିବେ । ଏହି ପ୍ରେସମିଟରେ ଏନଏଚଏମ ନିଦେ୍ର୍ଧଶିକା ଓ ବିଏମସି କମିଶନର ମଧ୍ୟ ଉପସ୍ଥିତ ରହିବେ । ତେବେ ଏହି ପ୍ରେସମିଟରେ ମୁଖ୍ୟ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇପାରେ । ଅନ୍ୟପକ୍ଷରେ କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଜାରି ଲକଡାଉନ ଅବଧିକୁ ବୃଦ୍ଧି ନେଇ ଏହି ପ୍ରେସମିଟରେ ଘୋଷଣା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ପ୍ରକାଶ ଯେ, କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଏହା ସତ୍ତ୍ୱେ ରାଜ୍ୟରେ କରୋନା ସଂକ୍ରମଣ କମିବାର ନା ନେଉନାହିଁ । ଯାହାକୁ ଦୃଷ୍ଟିରେ ରଖି ଏହି ଲକଡାଉନର ଅବଧିକୁ ବୃଦ୍ଧି କରାଯିବା ନେଇ ମୁଖ୍ୟ ସଚିବ ଘୋଷଣା କରିପାରନ୍ତି ।
Powered by Froala Editor