୫ ଦିନ ପରେ ଜନ୍ମ ଦିନ ପାଳନ କରିଥାନ୍ତେ...ଚାଲିଗଲେ ଆଞ୍ଜେଲା
୯୭ ତମ ଜନ୍ମଦିନର ୫ ଦିନ ପୂର୍ବରୁ ଦୁନିଆକୁ ବିଦାୟ ଦେଇଛନ୍ତି ହଲିଉଡ୍ ଅଭିନେତ୍ରୀ ଡେମ୍ ଆଞ୍ଜେଲା ଲାନ୍ସବରୀ । ଫିଲ୍ମ, ଥିଏଟର ଏବଂ ଟେଲିଭିଜନ ଦୁନିଆରେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ। ଡେମ୍ ନିଜର ଆଠ ଦଶକର କ୍ୟାରିୟରରେ ତିନି ଥର ଓସ୍କାର ଜିତିଥିଲେ। ଆଉ ପାଞ୍ଚ ଦିନ ପରେ ସେ ତାଙ୍କର ୯୭ତମ ଜନ୍ମଦିନ ପାଳନ କରିଥାନ୍ତେ। ହେଲେ ତାହା ପୂର୍ବରୁ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରିବାର ଲୋକ ଏକ ବିବୃତ୍ତିରେ କହିଛନ୍ତି, ଆଞ୍ଜେଲା ତାଙ୍କ ଲସ୍ ଆଞ୍ଜେଲସ୍ ଘରେ ଶୋଇଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଲଣ୍ଡନରେ ଜନ୍ମିତ ଡେମ୍ ନ୍ୟୁୟର୍କରେ ରହୁଥିଲେ। ୧୯୪୪ରେ ଫିଲ୍ମ 'ଗ୍ୟାସଲାଇଟ୍'ରେ ସେ ଚାକରାଣୀ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ର ଲାଗି ତାଙ୍କୁ ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ ଭାବେ ଓସ୍କାର ଲାଗି ନୋମିନେଟ୍ କରାଯାଇଥିଲା। ଏହାପରେ ସେ ଦୁଇଥର ଓସ୍କାର ଜିତିଥିଲେ। ବିଶେଷକରି ଚଳଚ୍ଚିତ୍ର 'ମର୍ଡର: ଶି ରୋଟ'ରୁ ତାଙ୍କୁ ପରିଚିତି ଦେଇଥିଲା। ଅଭିନେତ୍ରୀଙ୍କୁ ତାଙ୍କର ପ୍ରଥମ ଫିଲ୍ମର ୭ ଦଶନ୍ଧି ପରେ, ତାଙ୍କୁ ୮୮ ବର୍ଷ ବୟସରେ ଆଜୀବନ ସଫଳତା ପାଇଁ ସମ୍ମାନଜନକ ଓସ୍କାର ପ୍ରଦାନ କରାଯାଇଥିଲା।
Powered by Froala Editor