ଝାରସୁଗୁଡ଼ା ଉପକାରାଗାରରେ ୬୮ କଏଦୀ ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ହସ୍ପିଟାଲ, ବସ୍ତି ଓ କଲୋନୀରୁ ଡେଇଁ ଏବେ କରୋନା ଜେଲକୁ ଡେଇଁଲାଣି । ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଝାରସୁଗୁଡ଼ା ଉପକାରାଗାରରେ ୬୮ ଜଣ କଏଦୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ନେଇ ଉପକାରାଗାର ଜେଲର ସୂଚନା ଦେଇଛନ୍ତି । ଚିହ୍ନଟ ପଜିଟିଭମାନଙ୍କ ପାଇଁ ୨ଟି ୱାର୍ଡରେ ଆଇସୋଲେସନ ବ୍ୟବସ୍ଥା କରାଯାଇଛି । ୪ଟି ପର୍ଯ୍ୟାୟରେ ମୋଟ ୨୮୨ କଏଦୀଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଆଜି ମିଳିଥିବା ଟେଷ୍ଟ ରିପୋର୍ଟରେ ୬୮ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଆଉ ୧୧୮୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୬୧୧ ଜଣ ଥିବାବେଳେ ୫୧୯୪ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଏଯାବତ କରୋନାରେ ୬ ଲକ୍ଷ ୪୯୨ ଜଣ ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୯୧ ହଜାର ୬୭୪ ଜଣ ସୁସ୍ଥ ହୋଇ ସାରିଥିବାବେଳେ ୧ ଲକ୍ଷ ୬ ହଜାର ୪୭୧ ଜଣ ଚିକିିତ୍ସିତ ହେଉଛନ୍ତି ।
Powered by Froala Editor