ରାଜ୍ୟରେ କରୋନା ନେଲା ଆଉ ୨୧ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୨୧ ଜଣଙ୍କର ପ୍ରାଣହାନୀ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୨୯୪ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩, ବୌଦ୍ଧରେ ୧, ଗଜପତିରେ ୧, କଳାହାଣ୍ଡିରେ ୨, କେନ୍ଦ୍ରାପଡ଼ାରେ ୨, ଖୋର୍ଦ୍ଧାରେ ୪, କୋରାପୁଟରେ ୧, ନୂଆପଡ଼ାରେ ୧, ପୁରୀରେ ୨, ରାୟଗଡ଼ାରେ ୨ ଓ ସୁନ୍ଦରଗଡ଼ରେ ୨ ଜଣଙ୍କର ମୃତୁ୍ୟ ଘଟିଛି ।
ସୂଚନାଯୋଗ୍ୟଯେ, ରାଜ୍ୟରେ ଆଉ ୧୧୮୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୬୧୧ ଜଣ ଥିବାବେଳେ ୫୧୯୪ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଏଯାବତ କରୋନାରେ ୬ ଲକ୍ଷ ୪୯୨ ଜଣ ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୯୧ ହଜାର ୬୭୪ ଜଣ ସୁସ୍ଥ ହୋଇ ସାରିଥିବାବେଳେ ୧ ଲକ୍ଷ ୬ ହଜାର ୪୭୧ ଜଣ ଚିକିିତ୍ସିତ ହେଉଛନ୍ତି ।
Powered by Froala Editor