ଏହି ରାଜ୍ୟରେ ବଢ଼ିଲା ଲକଡାଉନ୍, ଜାଣନ୍ତୁ କେଉଁଠାରେ...

ଥିରୁଅନନ୍ତପୁରମ୍: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଯଦିଓ କିଛି ରାଜ୍ୟରେ ପରିସ୍ଥିତିରେ ସୁଧାର ଆସିଛି ହେଲେ ଭୂତାଣୁ ସମ୍ପୂର୍ଣ୍ଣ କାବୁ ହୋଇନି । ଏବେ ମଧ୍ୟ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁଛି । ଅପରପକ୍ଷରେ କେରଳରେ ବର୍ତ୍ତମାନ ପଜିଟିଭ୍ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି ।
କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ କହିଛନ୍ତି, ମେ’ ୮ରୁ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଥିଲା । ଆଶା କରାଯାଉଥିଲା ଏହାଦ୍ୱାରା ସଂକ୍ରମଣ ଚେନରେ ବ୍ରେକ୍ ଲାଗିବ । ଯଦିଓ କିଛି ମାତ୍ରାରେ ସ୍ଥିତି ନିୟନ୍ତ୍ରଣରେ ରହିଛି ହେଲେ ଏହା ଯଥେଷ୍ଟ ନୁହେଁ । ରାଜ୍ୟରେ ପଜିଟିଭ୍ ସଂଖ୍ୟା ବଢ଼ି ଚାଲିଛି । କିଛି ଲୋକଙ୍କ ଅମାନିଆ ଗୁଣ ଯୋଗୁ ଏଭଳି ପରିସ୍ଥିତି ଦେଖା ଦେଇଛି । ଏଥିପାଇଁ ରାଜ୍ୟ ସରକାର ବାଧ୍ୟ ହୋଇ କଠୋର ନିଷ୍ପତ୍ତି ନେଇଛନ୍ତି । ଲକଡାଉନ୍ ଅବଧିକୁ ୨୩ ମେ ପର୍ଯ୍ୟନ୍ତ ବଢା ଯାଇଛି ।
ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି, ଶୁକ୍ରବାର ରାଜ୍ୟରେ ୩୪,୬୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୩ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୨୪୩ରେ ପହଞ୍ଚିଛି । ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୧.୩୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଏବେ ସୁଦ୍ଧା ୧,୬୩,୬୭୯୦ ଲୋକ କରୋନାକୁ ମାତ ଦେଇଛନ୍ତି । ଅନ୍ୟପଟେ ୪ ଜିଲ୍ଲା ଥିରୁଅନନ୍ତପୁରମ୍, ଏନାକୁଲମ୍, ତ୍ରିଶୁର ଏବଂ ମଲପୁରମ୍ରେ ଟ୍ରପିଲ୍ ଲକ୍ଡାଉନ୍ ଲାଗିବ । ଅର୍ଥାତ୍ ଏବେ ଏହି ସବୁ ଜିଲ୍ଲାରେ ଯେଉଁସବୁ କଟକଣା କୋହଳ ରହିଛି ତାହାକୁ ସରକାର ପ୍ରତ୍ୟାହାର କରିନେବେ ।
Powered by Froala Editor