ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ପୁଣି ହତ୍ୟା ଧମକ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ ଦିଆଯାଇଛି। ଏକ ଅଜଣା କଲରୁ ତାଙ୍କ ଉପରେ ଆତ୍ମଘାତୀ ବିସ୍ପୋରଣ ଲାଗି ଧମକ ଦିଆଯାଇଛି। ଏହାପରେ ରାଜ୍ୟ ଗୋଇନ୍ଦା ବିଭାଗ ତତ୍ପର ହୋଇପଡିଛି। ଗୋଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆତ୍ମଘାତୀ ବିସ୍ଫୋରଣରେ ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ପାଇଁ ଏକ ଷଡଯନ୍ତ୍ର ହୋଇଥିବା ଜଣାପଡିଛି। ମାସେ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଏକ ଧମକପୂର୍ଣ୍ଣ ଚିଠି ତାଙ୍କ କାର୍ଯ୍ୟାଳୟକୁ ଆସିଥିଲା। ଗୋଇନ୍ଦା କମିସନର ଆଶୁତୋଷ ଡୁମ୍ବ୍ରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜୀବନ ପ୍ରତି ବିପଦ ଥିବାର ପୁଷ୍ଟି କରିଛନ୍ତି।
ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଉପଲବ୍ଧ କରାଯାଇଛି। ତେବେ ଫୋନ ଧମକ ଓ ଏସଆଇଡି ଇନପୁଟ ମିଳିବା ପରେ ସୁରକ୍ଷା ବଢାଇ ଦିଆଯାଇଛି। ଏଥିରେ ଠାଣେସ୍ଥିତ ସିନ୍ଦେଙ୍କ ନିଜ ଘର ଓ ମୁମ୍ବାଇ ସ୍ଥିତ ସରକାରୀ ଘର ‘ବର୍ଷା’ର ସୁରକ୍ଷା କଡ଼ାକଡି କରାଯାଇଛି। ଏହାକୁ ମିସାଇ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ୩ଥର ହତ୍ୟା ଧମକ ମିଳିଲାଣି।
Powered by Froala Editor