ଚକ୍ମା ଦେଇ ପୋଲିସ ହେପାଜତରୁ ଖସିଗଲା ମୋସେଓ୍ବାଲା ହତ୍ୟା ଅଭିଯୁକ୍ତ ଦୀପକ
ପଞ୍ଜାବୀ ଗାୟକ ସିଦ୍ଧୁ ମୋସେଓ୍ବାଲା ହତ୍ୟା ଅଭିଯୁକ୍ତ ଦୀପକ ଓରଫ ତିନୁ ପୋଲିସ ହେପାଜତରୁ ଖସିଯାଇଛି । ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏର କର୍ମଚାରୀ ଦୀପକକୁ କପୁରତାଲାରୁ ମାନସାକୁ ନେଇ ଯାଉଥିବାବେଳେ ବାଟରେ ଦୀପକ ଖସିଯାଇଛି । ତେବେ ଏହି ଘଟଣାରେ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କୁ ଚାକିରିରୁ ବହିସ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଇଛି।
ମୋସେଓ୍ବାଲା ହତ୍ୟାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲା ଦୀପକ । ସୁଟର, ମାଷ୍ଟରମାଇଣ୍ଡ ସମେତ ମୋଟ ୧୫ ଜଣକ ନାମ ଯେଉଁ ଚାର୍ଜସିଟରେ ଦାଖଲ ହୋଇଥିଲା ସେମାନଙ୍କ ମଧ୍ୟରେ ଥିଲା ଦୀପକ । ଗୋଣ୍ଡିଆ ସାହିବ ଜେଲରୁ ଏକ ୱାରେଣ୍ଟ ମାମଲାରେ ଅଣାଯାଉଥିବା ବେଳେ ସେ ପୁଲିସ ଆଖିରେ ଧୂଳି ଦେଇ ଖସିଯାଇଥିଲେ। ତେବେ ସମ୍ବିଧାନର ଧାରା ୩୧୧ ଅନୁଯାଈ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ତିନୁଙ୍କୁ ଧରିବା ପାଇଁ ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଛି। ମୋସେଓ୍ବାଲାଙ୍କ ହତ୍ୟା ଅଭିଯୋଗରେ ଦୀପକଙ୍କୁ ଜେରା କରାଯାଇଥାଆନ୍ତା।
Powered by Froala Editor