ଇସ୍ତଫା ଦେଲେ କଂଗ୍ରେସର ଏହି ବରିଷ୍ଠ ନେତା
ନୂଆଦିଲ୍ଲୀ: ଇସ୍ତଫା ଦେଲେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ନିଜ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ପଠାଇଚନ୍ତି। ସେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି।
ସୂଚନା ଅନୁଯାୟୀ, ମଲ୍ଲିକାର୍ଜୁନ ଖଡଗେ ଏକ ବ୍ୟକ୍ତି ଏକ ପଦବୀ ଅନୁସାରେ ସେ ଏହି ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେ ପ୍ରାର୍ଥୀ ଅଛନ୍ତି। ଶୁକ୍ରବାର ଦିନ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଭରିଥିଲେ।
Powered by Froala Editor