ଆଜି ଲତାଙ୍କ ପ୍ରଥମ ଜନ୍ମ ବାର୍ଷିକୀ

ନୂଆଦିଲ୍ଲୀ: ଆଜି କୋକିଳ କଣ୍ଠୀ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଥମ ଜନ୍ମ ବାର୍ଷିକୀ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଲତାଙ୍କ କଣ୍ଠ ଭଗବାନଙ୍କ ଦାନ । ଗୀତିକାରଙ୍କ ପ୍ରଥମ ପସନ୍ଦ ଥିଲେ ଲତା । ବଲିଉଡର କୋକିଳ କଣ୍ଠୀ ଲତାଙ୍କ କାଳଜୟୀ ଗୀତ ଏବେବି ସ୍ରୋତାଙ୍କ କାନରେ ବାଜେ । ୧୯୬୪ର ‘ଲଗ୍ ଜା ଗଲେ’ ଗୀତଟିକୁ ଆପଣ କେବେବି ନିଜକୁ ଶୁଣିବାରୁ ରୋକିପାରିବେ ନାହିଁ । ବହୁତ କଣ୍ଠଶିଳ୍ପୀ ଏହାର କଭର ଗୀତ ଗାଇବାକୁ ଚେଷ୍ଟା କରିଛନ୍ତି ମାତ୍ର ଲତାଙ୍କ ଭଳି କେହି ନୁହେଁ । ପ୍ରାୟ ୩୦ରୁ ଅଧିକ ଭାଷାରେ ଗୀତ ଗାଇଛନ୍ତି ଲତା ।୫ ବର୍ଷ ବୟସରୁ ଗୀତ ଗାଇଥିବା ଲତା କଳାଧଳା ଯୁଗର ଗୀତ ହେଉ କିମ୍ବା ରଙ୍ଗୀନ ଯୁଗର ଗୀତ, ସବୁଥିରେ ନିଜ କଣ୍ଠକୁ ବେଶ୍ ସୁନ୍ଦର ଭାବେ ଢାଳି ପାରିଛନ୍ତି ଲତା । ମୁଗଲ-ଏ-ଅଜାମ ଫିଲ୍ମର କୋରସ ଗୀତ ‘ମୋହେ ପନଘଟ୍ ପେ ନନ୍ଦଲାଲ୍’ କୌଣସି ଯାଦୁରୁ କମ୍ ନଥିଲା । ଦେଶ ଭକ୍ତି ଗୀତକୁ ନୂଆ ମୋଡ ଦେଇଥିଲେ ଲତା । ୧୯୬୩ ମସିହାରେ ନୂଆ ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମରେ ‘ଏ ମେରେ ବତନ୍ କେ ଲୋଗୋ’ ଗୀତ ଗାଇ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲେ ଲତା ।
ସତ୍ୟମ ଶିବମ୍ ସୁନ୍ଦରମ୍, ଭୋର ଭୟେ ପନଘଟ ପେ, ରୈନା ବିତି ଯାଏ, ଓ ଦିଲ ଏ ନାଦାନ, ଦିଲ ତୋ ପାଗଲ ହେ ଆଦି ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଗୀତ ଗାଇଥିବା ଲତା ୧୯୬୯ରେ ପଦ୍ମ ଭୂଷଣ, ୧୯୯୯ରେ ପଦ୍ମ ବିଭୂଷଣ , ୨୦୦୧ରେ ଭାରତରତ୍ନ ଓ ୧୯୯୦ରେ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।ମଧୁବାଲାଠୁ ମୀନାକୁମାରୀ, ମାଧୁରୀ ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ସେ କଣ୍ଠଦାନ କରିଥିବା ବେଳେ ମୁକେଶ, ମାନା ଡେ, ମହେନ୍ଦ୍ର କପୁର, ମହମ୍ମଦ ରଫି, କିଶୋର କୁମୀର, ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଆରଡି ବର୍ମନ, କୁମାର ସାନୁ, ଉଦିତ ନାରାୟଣ, ହରିହରନ, ସୁରେଶ ୱାଡେକର, ଅଭିଜିତ୍ ଭଟ୍ଟାଚାର୍ୟ୍ୟ, ସୋନୁ ନିଗମ ଭଳି ଗାୟକଙ୍କ ସହ ଡୁଏଟ ଗୀତ ଗାଇଛନ୍ତି । ରୋମାଣ୍ଟିକ ଗୀତଠୁ ଆରମ୍ଭ କରି ଭଜନ, ଗଜଲ, କବାଲି, ଶାସ୍ତ୍ରୀୟ, ଦେଶାତ୍ମକବୋଧକ ସବୁ ପ୍ରକାର ଗୀତରେ ନିଜ କଣ୍ଠଦାନ କରିଛନ୍ତି ଲତା ।
Powered by Froala Editor