ବସ-ଟ୍ରକ ମୁହାଁମୁହିଁ ଧକ୍କା: ୮ ମୃତ, ୨୫ ଆହତ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖୀମପୁର ଖେରୀରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କ ମୃତ୍ୟୁ ହେବା ସହ ୨୫ ଜଣ ଆହତ ହୋଇଛନ୍ତି । ବସଟି ଧଉରାହେରାରୁ ରାଜଧାନୀ ଲକ୍ଷ୍ନୌ ଅଭିମୁଖେ ଆସୁଥିବାବେଳେ ଖେରୀର ଇସନଗର ଇରା ବ୍ରିଜ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରେ ୮ ଜଣଙ୍କର ଘଟଣାସ୍ଥଲରେ ମୃତ୍ୟୁ ହୋଇଥିଲା ।
ସ୍ଥାନୀୟ ବାସିନ୍ଦା ଓ ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । ୨୫ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ଥିବାରୁ ସେମାନଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଦୁଇଟି ଗାଡି ଦୃତ ଗତିରେ ଥିବା କାରଣରୁ ଏପରି ଦୁର୍ଘଟଣା ଘଟିିଥିବା ଅନୁମାନ କରାଯାଇଛି । ମୃତାହତଙ୍କ ପରିଚୟ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟର ତଦାରଖ କରିଛନ୍ତି ।
Powered by Froala Editor