ବୁର୍ଖା ପିନ୍ଧିବାକୁ ମନା କଲା ହିନ୍ଦୁ ପତ୍ନୀ, ତଣ୍ଟି କାଟିଦେଲା ସ୍ୱାମୀ
ବୁର୍ଖା ପିନ୍ଧିବାକୁ ମନା କରିବାରୁ ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ପତ୍ନୀ ହିନ୍ଦୁ ହୋଇଥିବା ବେଳେ ସେ ଜଣେ ମୁସଲିମ ସଂପ୍ରଦାୟର ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବିବାହ ପରେ ବ୍ୟକ୍ତି ଜଣଙ୍କ ପତ୍ନୀଙ୍କୁ ଇସଲାମ ଧର୍ମର ଅନୁପାଳନ କରିବାକୁ କହୁଥିଲେ। ଏଥିରେ ରାଜି ନ ହେବାରୁ ସେ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ମୁମ୍ୱାଇରେ ଘଟିଛି ।
ମିଳିଥିବା ସୂଚନା ମୁତାବକ ରୁପାଲି ନାମକ ଜଣେ ହିନ୍ଦୁ ଘରର ଝିଅ ୨୦୧୯ରେ ଇକ୍ବାଲ୍ ଶେଇଖ୍ ନାମକ ଜଣେ ମୁସଲିମ୍ ଯୁବକଙ୍କୁ ବିବାହ କରିଥିଲେ । ପରେ ରୁପାଲି ନାଁ ପରିବର୍ତ୍ତନ କରି ଜାରା ରଖିଥିଲେ । ୨୦୨୦ରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । ହେଲେ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଭଲ ନଥିଲା ।
ଇକ୍ବାଲ୍ଙ୍କ ପରିବାର ମୁସ୍ଲିମ୍ ଧର୍ମକୁ ମାନିବା ଏବଂ ବୁର୍ଖା ପିନ୍ଧିବାକୁ ରୁପାଲିଙ୍କୁ ବାଧ୍ୟ କରୁଥିଲେ । ହେଲେ ସେ ଏହାକୁ ମାନି ନଥିଲେ । ଯାହାକୁ ନେଇ ଦୁହେଁ ଅଲଗା ଅଲଗା ରହୁଥିବା ରୁପାଲିଙ୍କ ପରିବାର ଲୋକ କହିଛନ୍ତି । ହେଲେ ଗତକାଲି ଅର୍ଥାତ ସେପ୍ଟେମ୍ୱର ୨୬ରେ ଇକ୍ବାଲ୍ ରୁପାଲିକୁ ଦେଖା କରିବାକୁ ଡାକିଥିଲା । ଦୁହେଁ ରାତି ୧୦ଟାରେ ଭେଟ ହୋଇଥିଲେ । ଏହି ସମୟରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପୁଅକୁ ପାଖରେ ରଖିବା ଏବଂ ବୁର୍ଖା ପିନ୍ଧିବାକୁ ନେଇ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଇକ୍ବାଲ୍ ରୁପାଲିଙ୍କୁ ଘୋଷାଡ଼ି ନେଇ ଏକ ଧାରୁଆ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ରୁପାଲିଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ହୋଇଛି ଓ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।
Powered by Froala Editor