ବଢିପାରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ, ଜାଣନ୍ତୁ କାରଣ କ’ଣ...
୨୦୨୦ରେ ଅମିତ ଶାହଙ୍କ ଠାରୁ ବିଜେପିର ଅଧ୍ୟକ୍ଷ ଦ୍ୱାୟିତ୍ୱ ନେଇଥିବା ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇପାରେ । ଆଗକୁ ୨୦୨୪ରେ ସାଧାରଣ ନିର୍ବାଚନ ଆସୁଛି । ୨୦୨୪ ଏପ୍ରିଲ୍ରୁ ମେ ମାସ ମଧ୍ୟରେ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି ।
୨୦୨୩ ଜାନୁଆରୀ ୨୦ରେ ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ସେ ଦଳର ସର୍ବସମ୍ମତିକ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବିଜେପିର ସମ୍ବିଧାନ ଅନୁଯାୟୀ ଦଳର ଅଧ୍ୟକ୍ଷ ଭାବେ ଜଣେ ନେତା ଲଗାତାର ଦୁଇ ପାଳି ପର୍ଯ୍ୟନ୍ତ ରହିପାରିବେ। ନଡ୍ଡା ପ୍ରଥମ ସାତ ମାସ ପାଇଁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ। ଏହା ପରେ, ଜାନୁଆରି ୨୦, ୨୦୨୦ରେ ସେ ଜାତୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ସେହି ଅନୁଯାୟୀ, ତାଙ୍କର ତିନି ବର୍ଷ କାର୍ଯ୍ୟକାଳ ଜାନୁଆରି ୨୦, ୨୦୨୩ରେ ରେ ସମାପ୍ତ ହେଉଛି। ତେବେ, ୨୦୨୪ର ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ତାଙ୍କୁ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।
Powered by Froala Editor