୧୦ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ଲକ୍
୧୦ ୟୁଟ୍ୟୁବ ଚ୍ୟାନେଲ୍ରେ ୪୫ ଭିଡିଓକୁ ବ୍ଲକ୍ କରିବାକୁ ସୋସାଲ୍ ମିଡିଆ ପ୍ଲାଟ୍ଫର୍ମ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ବ୍ଲକ୍ କରାଯାଇଥିବା ଭିଡିଓ ଗୁଡ଼ିକର ମୋଟ ଭିୟୁ ୧ କୋଟି ୩୦ ଲକ୍ଷ ଥିଲା। ବ୍ଲକ୍ କରାଯାଇଥିବା ଭିଡିଓଗୁଡ଼ିକ ମଧ୍ୟରୁ ଧ୍ରୁବ୍ ରାଠୀଙ୍କର ଭିଡିଓ ମଧ୍ୟ ରହିଛି। ସେପ୍ଟେମ୍ବର ୨୩ ତାରିଖରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଗୁଇନ୍ଦା ସୂଚନା ମିଳିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।
ଗୁଇନ୍ଦା ଏଜେନ୍ସି ଠାରୁ ମିଳିଥିବା ସୂଚନାକୁ ଆଧାର କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲା। ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ସୃଷ୍ଟି କରିବାର ମନ୍ଦ ଉଦ୍ଦେଶ୍ୟ ନେଇ ଏସବୁ ଭିଡିଓରେ ମିଥ୍ୟା ଖବର ପ୍ରସାରିତ କରାଯାଉଥିଲା। ସାମ୍ପ୍ରଦାୟିକ ସଦ୍ଭାବନା ବିଗାଡ଼ିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ କେନ୍ଦ୍ର ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏ ସବୁ ଭିଡିଓରେ ଦେଶ ବିରୋଧୀ ତତ୍ତ୍ୱ ରହିଛି। ଆଇଟି ନିୟମ ୨୦୨୧ ଅନୁସାରେ, ଭିଡିଓ ବ୍ଲକ୍ କରିବାକୁ ଗତ ସେପ୍ଟେମ୍ବର ୨୩ ତାରିଖରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।
Powered by Froala Editor