ଆଜାଦଙ୍କ ନୂଆ ଦଳ ‘ଡେମୋକ୍ରାଟିକ ଆଜାଦ୍ ପାର୍ଟି’

ନୂଆ ଦଳ ଘୋଷଣା କରିଛନ୍ତି ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ସୋମବାର ସେ ତାଙ୍କ ଦଳର ନାଁ ଘୋଷଣା କରିବା ସହ ଦଳୀୟ ପତାକା ବି ଉନ୍ନୋଚନ କରିଛନ୍ତି। ତାଙ୍କ ଦଳର ନା ରହିଛି ‘ଡେମୋକ୍ରାଟିକ ଆଜାଦ୍ ପାର୍ଟି’।
କଂଗ୍ରେସ ସହ ଦୀର୍ଘ ୫୦ ବର୍ଷର ସମ୍ପର୍କଚ୍ଛିନ୍ନ କରିଥିବା ଗୁଲାମ ନବୀ ଆଜାଦ ବିଧିବଦ୍ଧ ଭାବେ ନିଜର ନୂଆ ରାଜନୀତିକ ଦଳ ଗଠନ କରିଛନ୍ତି। ମାସକ ତଳେ କଂଗ୍ରେସରୁ ଇସ୍ତଫା ଦେଇ ଜାମ୍ମୁ-କାଶ୍ମୀର ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି କହିଥିଲେ ଗୁଲାମ ନବୀ ଆଜାଦ। ମାସକ ପରେ ସୋମବାର ସେ ଦଳର ନାଁ ଘୋଷଣା କରିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି ଆଜାଦ କହିଛନ୍ତି, “ସମସ୍ତ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମକୁ ମୁଁ ମୋର କୃତଜ୍ଞତା ଜଣାଉଛି। ଆମେ ସବୁବେଳେ ସ୍ୱାଧୀନ ଚିନ୍ତାଧାରା ଓ ନୀତିକୁ କାଏମ ରଖିବୁ। ଆମ ଦଳ ସବୁବେଳେ ଗଣତାନ୍ତ୍ରିକ ପାର୍ଟି ହୋଇ ରହିବ। ଏବେ ଆମ ଦଳର ପଞ୍ଜୀକରଣ କରିବା ହିଁ ସବୁଠାରୁ ବଡ଼ କାମ।
ସୂଚନା ଥାଉକି, ୭୩ ବର୍ଷୀୟ ଆଜାଦ ଅଗଷ୍ଟ ୨୬ ତାରିଖରେ କଂଗ୍ରେସ ଛାଡ଼ିଥିଲେ। ଦଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୋନିଆ କୌଣସି ନିଷ୍ପତ୍ତି ନେଉ ନାହାନ୍ତି ବୋଲି ଆଜାଦ ଅଭିଯୋଗ କରି ଦଳ ଛାଡିଥିଲେ।
Powered by Froala Editor