'ପେ ସିଏମ୍ ' ପୋଷ୍ଟର ବିବାଦ, ୨ ଜଣ ଗିରଫ

'ପେ ସିଏମ୍ ପୋଷ୍ଟର' ବିବାଦ ମାମଲାରେ କର୍ନାଟକ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କେପିସିସି ସୋସିଆଲ ମିଡିଆର ପୂର୍ବତନ ଅଧ୍ୟକ୍ଷ ବି.ଆର ନାଇଡୁ ଓ ବେଙ୍ଗାଲୁରୁର କେ.ଦେବନ୍ଦଦ୍ରାର ବାସିନ୍ଦା ଗଗନ ଯାଦବ। ଗିରଫ ହୋଇଥିବା ଉଭୟ ବ୍ୟକ୍ତି କର୍ନାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି)ର ସୋସିଆଲ ମିଡିଆ ୱିଙ୍ଗ ସହ ଜଡିତ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ବୁଧବାର ବେଙ୍ଗାଲୁରୁର ଅନେକ ସ୍ଥାନରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କ ଫଟୋ ଉପରେ 'ପେ ସିଏମ୍' ଲେଖାଥିବା ପୋଷ୍ଟର ଲଗାଯାଇଥିଲା। ବେଙ୍ଗାଲୁରୁ ରାସ୍ତାରେ ବୋମ୍ମାଇଙ୍କ କ୍ୟୁଆର୍ କୋଡ ସହିତ 'ପେ ସିଏମ'ର ପୋଷ୍ଟର ଲଗାଯାଇଥିଲା। ଯଦି କେହି ପୋଷ୍ଟରରେ ଥିବା କ୍ୟୁଆର୍ କୋଡକୁ ସ୍କାନ କରନ୍ତି, ତେବେ ଏକ ୱେବସାଇଟ ଖୋଲିଯିବ।
କଂଗ୍ରେସ ଅନୁଯାୟୀ, ଲୋକମାନେ ଏହି ୱେବସାଇଟରେ ଦୁର୍ନୀତି ବିରୋଧରେ ଅଭିଯୋଗ ପଞ୍ଜିକରଣ କରିପାରିବେ। ଏଥିରେ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗୁରୁବାର ୨ଅଭିଯୁକ୍ତକୁ ଗିରଫ କରିଛି। ଏଥିସହ ବେଙ୍ଗାଲୁରୁର କାନ୍ଥ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକରୁ ପୋଷ୍ଟର ହଟାଇବାକୁ ଅଧିକାରୀମାନେ ବିବିଏମ୍ପି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor