କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି : ଅକ୍ଟୋବର ୧୭ରେ ଭୋଟ
ଅକ୍ଟୋବର ୧୭ ତାରିଖରେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ କରାଯିବ । ଆଜି କଂଗ୍ରେସର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଏହି ବିଜ୍ଞପ୍ତି ଜାରି କରିଛନ୍ତି।
କଂଗ୍ରେସ ସଭାପତି ପଦ ନିମନ୍ତେ ନିର୍ବାଚନ ଲାଗି ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ବିଜ୍ଞପ୍ତି ଜାରି ହେବା ପରେ ଏବେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ୨୪ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୮ ତାରିଖ। ଯଦି ଏକାଧିକ ପ୍ରାର୍ଥୀ ହୁଅନ୍ତି ତେବେ ଅକ୍ଟୋବର ୧୭ ତାରିଖ ଦିନ ଭୋଟ ଗ୍ରହଣ ହେବ। ନିର୍ବାଚନ ଫଳାଫଳ ଅକ୍ଟୋବର ୧୯ ତାରିଖରେ ଘୋଷଣା ହେବ। ଅକ୍ଟୋବର ୧୯ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ‘ଏଆଇସିସି’ ମୁଖ୍ୟାଳୟରେ ଭୋଟ୍ ଗଣନା ଆରମ୍ଭ ହୋଇ ଶେଷ ହେବା ପରେ ପରେ ବିଜୟୀଙ୍କ ନାମ ଘୋଷଣା କରାଯିବ।
ତେବେ ବିଜ୍ଞପ୍ତି ଜାରି ହେବାର ଦିନକ ପୂର୍ବରୁ ଅର୍ଥାତ ବୁଧବାର କଂଗ୍ରେସ୍ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ଏଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଓ ଶଶି ଥରୁର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଲାଗି ସ୍ପଷ୍ଟ ସଂକେତ ଦେଇଥିଲେ। ଏଣୁ ୨୨ ବର୍ଷ ପରେ ଦେଶର ସର୍ବ ପୂରାତନ ପାର୍ଟିର ସଭାପତି ନିର୍ବାଚନରେ ବଛା ଯିବେ ବୋଲି ସ୍ପଷ୍ଟ ହୋଇଥିଲା।
Powered by Froala Editor