ସୁଶୀଲ ମୋଦିଙ୍କୁ ଧମକପୂର୍ଣ୍ଣ ଚିଠି, କଣ ଲେଖାଯାଇଛି ଜାଣନ୍ତୁ
ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ସୁଶୀଲ ମୋଦିଙ୍କୁ ହତ୍ୟା ଧମକ । ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ବିଜେପି ନେତାଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଛି । ଚିଠି ପଠାଇଥିବା ବ୍ୟକ୍ତି ନିଜକୁ ତୃଣମୂଳ କଂଗ୍ରେସ(ଟିଏମସି) ନେତା ବୋଲି କହିଛି । ଏଥିରେ ଇଂରାଜୀରେ ଲେଖାଯାଇଛି ଯେ,‘‘ ମୁଁ ଆପଣଙ୍କୁ ସୂଚୀତ କରୁଛି କି ମୁଁ ଜଣେ ତୃଣମୂଳ କଂଗ୍ରେସ ନେତା । ମମତା ବାନାର୍ଜୀ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରିବେ । ତୁମେ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ପୋଷା କୁକୁର । ମମତା ବାନାର୍ଜୀ, ନୀତିଶ କୁମାର ଜିନ୍ଦାବାଦ୍ । ମୁଁ ଆପଣଙ୍କୁ(ସୁଶୀଲ ମୋଦି) ହତ୍ୟା କରିବି ।''
ଚମ୍ପା ସୋମ(ସୋମା) ନାମରେ ଏହି ଧମକପୂର୍ଣ୍ଣ ଚିଠିଟି ସ୍ପିଡ ପୋଷ୍ଟ ହୋଇଛି । ଏହାକୁ ପଠାଇଥିବା ବ୍ୟକ୍ତି ନିଜର ମୋବାଇଲ ନମ୍ବର ମଧ୍ୟ ଉଲ୍ଲେଖ କରିଛି । ରାଜେନ୍ଦ୍ର ନଗର ସ୍ଥିତ ସୁଶୀଲ ମୋଦିଙ୍କ ବ୍ୟକ୍ତିଗତ ବାସଭବନ ଠିକଣାରେ ଏହି ଚିଠି ଆସିଛି । ଚିଠି ମାଧ୍ୟମରେ ହତ୍ୟା ଧମକ ମିଳିବା ପରେ ବରିଷ୍ଠ ବିଜେପି ନେତା ଏହାକୁ ପାଟନା ଏସଏସପି ମାନବଜୀତ ସିଂହ ଧିଲନଙ୍କ ନିକଟକୁ ପଠାଇଛନ୍ତି ଏବଂ ଏହା ଉପରେ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି
Powered by Froala Editor