ଅନ୍ତିମ ବିଦାୟ ନେଲେ ମହାରାଣୀ ଏଲିଜାବେଥ ଦ୍ବିତୀୟ
ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ରାଜକୀୟ ସମ୍ମାନ ସହ ଭାରତୀୟ ସମୟ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲଣ୍ଡନ ୱେଷ୍ଟମିନିଷ୍ଟର ଆବେରେ ଅନ୍ତ୍ୟେଷ୍ଟି କାଯର୍ୟକ୍ରମ ସମ୍ପର୍ଣ୍ଣ ହୋଇଛି। ଓ୍ୱିଣ୍ଡସର୍ କ୍ୟାସେଲ୍ର କିଙ୍ଗ୍ ଜର୍ଜ ଷଷ୍ଠ ମେମୋରିଆଲ୍ ଚାପେଲ୍ରେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କୁ କବର ଦିଆଯାଇଛି।
ଲଣ୍ଡନର ଓ୍ବେଷ୍ଟ ମିନିଷ୍ଟର ହଲରେ ସକାଳୁ ବହୁ ରାଷ୍ଟ୍ରନେତା ପହଞ୍ଚି ମହାରାଣୀଙ୍କ ଶେଷ ଦର୍ଶନ କରିଛନ୍ତି । ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ବିଦାୟ ଯାତ୍ରାରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଆମେରିକା ରାଷ୍ଟ୍ରପତି ବାଇଡେନ୍ଙ୍କ ସହ ୨ହଜାରରୁ ଅଧିକ ଭିଭିଆଇପି। ଦିବଙ୍ଗତ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ଅନ୍ତିମ ସଂସ୍କାର ପାଇଁ ରାଜକୀୟ ପରମ୍ପରାରେ ନିଆଯାଇଥିଲା। ମହାରାଣୀଙ୍କ ମରଶରୀର ଥିବା କଫିନକୁ ୱେଷ୍ଟମିନଷ୍ଟର ଆବେରୁ ୱେଲିଂଟନ ଆର୍କ ଏବଂ ପରେ ଓ୍ୱିଣ୍ଡସର୍ କ୍ୟାସେଲ୍କୁ ନିଆଯାଇଥିଲା। ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ସହ ଆଲୋଚନା କରିଛନ୍ତି । ଶେଷକୃତ୍ୟ ପାଇଁ ସାରା ବ୍ରିଟେନରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଛି । ଅନ୍ତିମ ସଂସ୍କାର ଲାଗି ବ୍ରିଟେନ ସରକାର ବ୍ୟାଙ୍କ ଛୁଟି ଘୋଷଣା କରିଛନ୍ତି ।
Powered by Froala Editor