ଥରିଲା ଆମେରିକାର ମେକ୍ସିକୋ

ୱାଶିଂଟନ୍: ଆମେରିକାର ମେକ୍ସିକୋରେ ଶକ୍ତିଶାଳୀ ଭୂମିକମ୍ପ ହୋଇଛି । ଫଳରେ ଶତାଧିକ ଘର ନଷ୍ଟ ହୋଇଯାଇଛି । ଅଧିକାଂଶ କୋଠାର କାନ୍ଥ ଓ ଛାତ ଫାଟି ଯାଇଥିବା ଦେଖିବାକୁ ମିଳିଛି । ତେବେ ଏଥିରେ କାହାର ମୃତ୍ୟୁ ହୋଇନଥିବା କୁହାଯାଉଛି । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତ ୭.୬ ରେକର୍ଡ କରାଯାଇଛି । ସ୍ଥାନୀୟ ସମୟ ମଧ୍ୟାହ୍ନ ୧.୦୫ ରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ମାଇକୋଚାନ୍ ରାଜ୍ୟର ଲା ପ୍ଲାସିଟା ଡି ମୋରେଲୋସ୍ ସହରରେ ଏହାର କେନ୍ଦ୍ରସ୍ଥଳ । ଭୂକମ୍ପ ପରେ ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି। ଭୂକମ୍ପ ବେଳେ ଲୋକେ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ଦୌଡି ପଳାଇଥିଲେ । ତେଣୁ କେହି ମୃତାହତ ହୋଇନାହାନ୍ତି । ମେକ୍ସିକୋର କୋଲିମା ରାଜ୍ୟର ଏକ ମଲରେ ଅବସ୍ଥିତ ଏକ ଜିମ୍ ଭୂକମ୍ପ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସୂଚନାଯୋଗ୍ୟ, ଆଜକୁ ପ୍ରାୟ ୫ ବର୍ଷ ପୂର୍ବେ ସେପ୍ଟେମ୍ବର ୧୯ ତାରିଖରେ ହିଁ ମେକ୍ସିକୋରେ ଭୂମିକମ୍ପ ହୋଇଥିଲା। ଏଥିରେ ୩୭୦ଜଣଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor