ତାଇୱାନରେ ଲଗାତାର ଭୂକମ୍ପ ଝଟ୍କା : ସୁନାମି ସତର୍କ ସୂଚନା ଜାରି
ତାଇୱାନ ଦ୍ବୀପର ଦକ୍ଷିଣପୂର୍ବାଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ହେବାରୁ ଟ୍ରେନ୍ ବଗି ଧାରଣାଚ୍ୟୁତ ହେବା ଓ ସୁନାମି ଆସିବା ସତର୍କସୂଚନା ଜାରି କରାଯାଇଛି।
ରିକ୍ଟର୍ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା ୭.୨ ଥିବା କଥା ପ୍ରଥମେ ଘୋଷଣା କରାଯାଇଥିଲା, କିନ୍ତୁ ବାସ୍ତବରେ ଏହାର ତୀବ୍ରତା ୬.୯ ଥିଲା ବୋଲି ‘ୟୁଏସ୍ ଜିଓଲୋଜିକାଲ୍ ସର୍ଭେ’ (ୟୁଏସ୍ଜିଏସ୍) କହିଛି। ରାତି ୨.୪୪ରେ ସଂଘଠିତ ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିଲା ତାଇତୁଙ୍ଗ୍ ନଗରୀର ଉତ୍ତର ଦିଗକୁ ୫୦ କିଲୋମିଟର୍ ଦୂରବର୍ତ୍ତୀ ଭୂଗର୍ଭ ୧୦ କିଲୋମିଟର୍ ଅଭ୍ୟନ୍ତରରେ।
ତାଇୱାନରେ ଗତ ୨୪ ଘଣ୍ଟା ମଧ୍ୟରେ ଥରେ ୧୦ ଥର ନୁହେଁ କି ୫୦ ଥର ନୁହେଁ ପ୍ରାୟ ୧୦୦ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ଭୂମିକମ୍ପ ପ୍ରଭାବରେ ଓକିନାୱା ଜିଲ୍ଳାର ମିୟାକୋଜିମା ଏବଂ ୟାଏୟାମା ଅଞ୍ଚଳରେ ୧ ମିଟର୍ ଉଚ୍ଚର ସୁନାମି ଆସିପାରେ ବୋଲି ରାତି ୩.୪୯ରେ ‘ଜାପାନ ପାଣିପାଗ ଏଜେନ୍ସି’ ସତର୍କସୂଚନା ଜାରି କରିଥିଲା। ତେଣୁ, ଅପେକ୍ଷାକୃତ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସେ ଅଞ୍ଚଳର ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।
Powered by Froala Editor