ଉଡ଼ାଣ ପୂର୍ବରୁ ଇଞ୍ଜିନ୍ରେ ନିଆଁ, ବିମାନରେ ଥିଲେ ୪ ନବଜାତ ଶିଶୁ
ମସ୍କଟରୁ କୋଚିନ୍ ଉଡ଼ାଣ ଭରିବା ସମୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ରେ ଦୁର୍ଘଟଣା ଘଟିଛି । ବିମାନରୁ ବାହାରୁଥିବା ଧୁଆଁ ଦେଖାଯିବା ପରେ ଏହାକୁ ରଦ୍ଦ କରିଦିଆଯାଇଛି । କୁହାଯାଉଛି କି ଏୟାର ଇଣ୍ଡିଆ ଏକ୍ସପ୍ରେସର ଫ୍ଲାଇଟ୍ IX 442 ମସ୍କଟ୍ରୁ କୋଚିନ୍ ପାଇଁ ଉଡାଣ ଭରିଥାଆନ୍ତା। ସମସ୍ତ ପ୍ରସ୍ତୁତି ସରିଥିଲା। ବିମାନ ଭିତରେ ସମସ୍ତ ଯାତ୍ରୀ ମଧ୍ୟ ବସି ଯାଇଥିଲେ। ତେବେ ହଠାତ୍ ପଛ ପଟ ବିମାନ ଦ୍ୱାରରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଫ୍ଲାଇଟ୍ ଟେକ୍ ଅଫ୍ ପୂର୍ବରୁ ଏହାକୁ ବାତିଲ କରାଯାଇଥିଲା।
ଏହି ଦୁର୍ଘଟଣା ବେଳେ ବିମାନ ଭିତରେ ୧୪୭ ଯାତ୍ରୀଙ୍କ ସମେତ ୬ ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ। ଯାତ୍ରୀଙ୍କ ମଧ୍ୟରେ ୪ ଜଣ ନବଜାତ ଶିଶୁ ଥିଲେ। ତେବେ ଏସମସ୍ତଙ୍କୁ ସୁରକ୍ଷିତ ଭାବେ ବିମାନ ଭିତରୁ ଉଦ୍ଧାର କରାଯାଇ ଟର୍ମିନାଲ ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଯାତ୍ରୀଙ୍କୁ ମସ୍କଟରୁ କୋଚିନ୍ ପହଞ୍ଚାଇବା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରୁଛି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ।

Powered by Froala Editor