ଖାଇରେ ଖସିଲା ବସ୍ ଖସି ୧୧ ମୃତ୍ୟୁ ଘଟଣା: ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା

ଜମ୍ମୁ-କଶ୍ମୀରର ପୁଞ୍ଚ୍ଠରେ ଏକ ବସ୍ ଖାଇକୁ ଖସିପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଞ୍ଚ୍ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି ଘଟିଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ମାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବସ୍ଟି ସୁଜିୟାନ୍ରୁ ମାଣ୍ଡି ଅଭିମୂଖେ ଯାଉଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମଣ୍ଡି ତହସିଲଦାର ଶହଜାଦ ଲତିଫ ଏନେଇ ସୂଚନା ଦେଇଛନ୍ତି। ଦୁର୍ଘଟଣାଟି ଘଟିବା ପରେ ସ୍ଥାନୀୟ ଲୋକେ, ସ୍ଥାନୀୟ ପୁଲିସ୍ ଓ ସେନାର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆହତମାନଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଜମ୍ମୁ-କଶ୍ମୀରର ଲ୍ୟୁଟେନାଣ୍ଟ୍ ଗଭର୍ଣ୍ଣର ମନୋଜ ସିହ୍ନା ମୃତକ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।

Powered by Froala Editor