୮୬ ବର୍ଷ ପରେ ଆସିଲା ପୁଣି ଏକ ଘଟଣା: ବୃଦ୍ଧଙ୍କୁ ମାରିଦେଲା ପୋଷା କଙ୍ଗାରୁ
କଙ୍ଗାରୁ ଏକ ଶାନ୍ତ ପ୍ରାଣୀ ବୋଲି କୁହାଯାଏ । ହେଲେ ପ୍ରତିକୂଳ ପରିବେଶରେ ଯେକେହି ବି ନିଜ ସନ୍ତୁଳନ ହରାଇ ବସିବ । ଏମିତି ଏକ ପୋଷା କଙ୍ଗାରୁ ନିଜ ସନ୍ତୁଳନ ହରାଇ ଜଣେ ବୃଦ୍ଧଙ୍କୁ ମାରି ଦେଇଛି । କଙ୍ଗାରୁଟି ତାଙ୍କର ପୋଷା ଥିଲା ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ପଶ୍ଚିମ ଅଷ୍ଟ୍ରେଲିଆ ରେଡମଣ୍ଡ ଦକ୍ଷିଣଟାଉନରେ ସେପ୍ଟେମ୍ବର ୧୧ ତାରିଖରେ ଜଣେ ବ୍ୟକ୍ତି ପୋଷା କଙ୍ଗାରୁ ଆକ୍ରମଣରେ ଆହତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ସମ୍ପର୍କୀୟ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ସମସ୍ତ ପ୍ରକାର ଡାକ୍ତରୀ ଚିକିତ୍ସା ଯୋଗାଇ ଦେଇଥିଲେ ବି ତାଙ୍କର ମୃତ୍ୟୁ ହୋଇଛି।
ପ୍ରାୟ ୮୬ ବର୍ଷ ପରେ କଙ୍ଗାରୁ ଆକ୍ରମଣ କରିଥିବା ଅଷ୍ଟ୍ରେଲିଆ ପୁଲିସ ସୂଚନା ଦେଇଛି। ତେବେ କଙ୍ଗାରୁ କେଉଁ ପ୍ରଜାତିର ଥିଲା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ି ନାହିଁ। ତେବେ ଏହା ୱେଷ୍ଟର୍ଣ୍ଣ ଗ୍ରେ ପ୍ରଜାତିର ବୋଲି ସନ୍ଦେହ କରାଯାଉଛି। ପଶ୍ଚିମ ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳ ୱେଷ୍ଟର୍ଣ୍ଣ ଗ୍ରେ ପ୍ରଜାତିର କଙ୍ଗାରୁ ଦେଖାଯାଆନ୍ତି। ଏମାନଙ୍କର ଉଚ୍ଚତା ୨.୨ ମିଟର (୭ଫୁଟରୁ ଅଧିକ) ଲମ୍ବ ହୋଇଥିବା ବେଳେ ୭୦ କେଜି(୧୫୪ ପାଉଣ୍ଡ)ର ହୋଇଥାନ୍ତି।
Powered by Froala Editor