ଆଖି ପାଇଁ ଅଁଳା
ଆଖି ଏମିତି ଗୋଟେ ଅଙ୍ଗ ଯାହା ସହାୟତାରେ ଆମେ ଦେଖିପାରୁ । ମନୁଷ୍ୟର ନେତ୍ର ପ୍ରାୟତଃ ଦୁଇ କୋଟି ରଙ୍ଗର ପ୍ରକାର ଭେଦ କରିପାରେ । ଆଖି ଶରୀରର ପ୍ରମୁଖ ଅଙ୍ଗ । ଯାହା ଦ୍ୱାରା ଆମେ ରୂପ, ରଙ୍ଗର ଦର୍ଶନ କରିପାରୁ । ଆଜି କାଲିର ଆଧୁନିକ ସମାଜରେ ଲୋକମାନେ ଅଧିକାଂଶ ସମୟ ମୋବାଇଲ ଫୋନ୍ ଏବଂ ଲାପଟପ ସମ୍ମୁଖରେ ଅତିବାହିତ କରୁଛନ୍ତି । ଯାହାର ସବୁଠୁ ଖରାପ ପ୍ରଭାବ ସିଧାସଳଖ ଆଖିରେ ପଡ଼ିଥାଏ । ଆଜିକାଲି କମ୍ ବୟସର ପିଲାମାନେ ବି ଆଖି ଖରାପ ହେବା କାରଣରୁ ଚଷମା ବ୍ୟବହାର କଲେଣି । ତା’ସହ ଆଖିର ରଶ୍ମି କମିଯିବା, ଶୁଖାପଣ, ଆଖି ଲାଲ୍ ପଡ଼ିବା, ମୋତିଆବିନ୍ଦୁ ଏବଂ ଆଖି ଖରାପ ହେବା ଭଳି ସମସ୍ୟା ସାଧାରଣ ହୋଇଗଲାଣି । ଏହି ସମସ୍ୟାକୁ ଠିକ୍ କରିବାକୁ ହେଲେ, ଏମିତି କିଛି ଫ୍ରୁଡସକୁ ଆମେ ଆମର ନିତିଦିନ ଖାଦ୍ୟରେ ସାମିଲ କରିପାରିବା । ଯୋଉଟା କି ଆମର ଆଖିର ରଶ୍ମିକୁ ବଢେଇବାରେ ସାହାଯ୍ୟ କରିଥାଏ ।
ଅଁଳା ମଧ୍ୟ ଆଖି ପାଇଁ କୌଣସି ବରଦାନଠୁ କମ ନୁହେଁ । କଞ୍ଚା ଅଁଳାକୁ ମଧ୍ୟ ଆମେ ଆମ ଖାଦ୍ୟରେ ସାମିଲ କରିପାରିବା । ଗାଜର ଏମିତି ଏକ ପରିବା ଯେଉଁଥିରେ ବିଟା କେରୋଟିନ୍ ଏବଂ ଭିଟାମିନ୍-ଏ ସବୁଠୁ ଅଧିକ ପରିମାଣରେ ରହିଥାଏ । ଏହା ଆମ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ସବୁଜ ପନିପରିବାରେ ମଧ୍ୟ ଆଣ୍ଟିଅକ୍ସିଡେ଼ଣ୍ଟ୍ ଏବଂ ଲ୍ୟୁଟିନ୍ ଭରପୁର ପରିମାଣରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ଆଖିର ରଶ୍ମି ବଢାଇବାରେ ସାହାଯ୍ୟ କରିଥାଏ । ଗୁଜୁରାତି ଆମ ଶରୀରର ତାପମାତ୍ରାକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ, ଯାହାଦ୍ୱାରା ଆଖିକୁ ଥଣ୍ଡା ପହଁଚାଇଥାଏ । ସେହିଭଳି ଭେଣ୍ଡିରେ ମଧ୍ୟ ବିଟା କେରୋଟିନ୍, ଲ୍ୟୁଟିନ୍ ର ମାତ୍ରା ଅଧିକ ରହିଛି, ଯୋଉଟାକି ଆମ ଆଖି ପାଇଁ ଅଧିକ ଭଲ ହୋଇଥାଏ । ବାଦାମରେ ଭିଟାମିନ୍ ଇ ରହିଥାଏ । ଏକ ବିଜ୍ଞାପନରୁ ଜଣାପଡ଼ିଛି ଯେ, ଭିଟାମିନ୍ ଇ ଆଖିରେ ମକୁଲାର ଡ଼ିଜନେରେସନ୍କୁ କମ୍ କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଆଖି ସୁସ୍ଥ ରହିଥାଏ ।
Powered by Froala Editor