୯୯ବର୍ଷରେ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ

ମଧ୍ୟପ୍ରଦେଶର ନିରସିଂହପୁରରେ ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦ ସରସ୍ୱତୀଙ୍କ ୯୯ବର୍ଷ ବୟସରେ ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତଅସୁସ୍ଥତା କାରଣରୁ ଶଙ୍କରାଚାର୍ଯ୍ୟ ଦେହ ତ୍ୟାଗ କରିଛନ୍ତି। ସ୍ୱରୂପାନନ୍ଦ ସରସ୍ୱତୀଙ୍କ ସୋମବାର ବିଧି ଅନୁଯାୟୀ, ଅନ୍ତିମ ସଂସ୍କାର କରାଯିବ। ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସୂଚନାନୁସାରେ, କିଛି ଦିନ ପୂର୍ବରୁ, ସେ ନିଜର ୯୯ତମ ଜନ୍ମଦିନକୁ ଧୁମଧାମରେ ପାଳନ କରିଥିଲେ। ସେ ସେପ୍ଟେମ୍ବର ୨,୧୯୨୪ରେ ଜନ୍ମଗ୍ରହଣ କରିଥିବା ବେଳେ ସେ ଦ୍ୱାରକା ଏବଂ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ଥିଲେ। ପିଲାଦିନେ ତାଙ୍କର ନାମ ପୋଥିରାମ ଥିଲା। ସେ କାଶୀରେ କରପାତ୍ରୀ ମହାରାଜଙ୍କଠାରୁ ଧର୍ମ ଶିକ୍ଷା କରିଥିଲେ। ଦେଶକୁ ସ୍ୱାଧୀନତା ଦେବା ପାଇଁ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ମଧ୍ୟ ବ୍ରିଟିଶମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ସେ ୧୯୪୨ମସିହାରେ ଭାରତ ଛାଡ୍ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିବା ବେଳେ ତାଙ୍କୁ ଦୁଇଥର ଜେଲ ଯିବାକୁ ପଡିଥିଲା। ୧୯୮୯ରେ ସେ ଶଙ୍କରାଚାର୍ଯ୍ୟ ହୋଇଥିଲେ।

Powered by Froala Editor