ବିଧିବଦ୍ଧ ଭାବେ ମହାରାଜା ହେଲେ ଚାର୍ଲ୍ସ ତୃତୀୟ, ପ୍ରଥମ ଥର ଟେଲିଭିଜନରେ ବ୍ରିଟେନବାସୀ ଦେଖିଲେ ରାଜ୍ୟାଭିଷେକ
ବ୍ରିଟେନ୍ରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ବିୟୋଗରେ ପରେ ଗୋଟେ ଯୁଗର ଅବସାନ ଘଟିଛି। ତାଙ୍କ ପୁଅ କିଂ ଚାର୍ଲ୍ସ ତୃତୀୟଙ୍କୁ ବ୍ରିଟେନ୍ ରାଜା ଭାବେ ଘୋଷଣା କରାଯାଇଛି। ବ୍ରିଟେନ୍ ଇତିହାସରେ ପ୍ରଥମ ଥର ପାଇଁ ଟେଲିଭିଜନ ଜରିଆରେ ବ୍ରିଟେନବାସୀ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ ଦେଖିଛନ୍ତି । ସେଣ୍ଟ ଜେମ୍ସ ପେଲେସ୍ରେ ଚାର୍ଲ୍ସ ଫିଲିପ୍ସ ଅର୍ଥର ଜର୍ଜଙ୍କର ରାଜ୍ୟାଭିଷେକ ହେବା ସହିତ ତାଙ୍କ ପତ୍ନୀ କ୍ୟାମେଲାଙ୍କୁ ରାଣୀ ବୋଲି ଘୋଷଣା କରାଯାଇଛି।
ମହାରାଜା ଭାବେ ମହାରାଜା ଚାର୍ଲ୍ସ ୩ୟ ବ୍ରିଟେନ, ଉତ୍ତର ଆୟର୍ଲାଣ୍ଡର ଶାସନ ମୁଖ୍ୟ ହେବେ । ଏହା ସହିତ ସେ ରାଜ୍ୟଗୋଷ୍ଠୀର ମୁଖ୍ୟ ହେବେ ।
ଆଜି ଲଣ୍ଡନର ସେଣ୍ଟ ଜେମ୍ସ ପ୍ରାସାଦରେ ବ୍ରିଟେନର ଆକସେସନ କାଉନସିଲ ପକ୍ଷରୁ ଔପଚାରିକ ଭାବେ ମହାରାଜା ଘୋଷଣା କରିଛନ୍ତି । ଏହି ଆକସେସନ କାଉନସିଲରେ ବ୍ରିଟେନର ବର୍ତ୍ତମାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି, ଧର୍ମଗୁରୁମାନେ ସଦସ୍ୟ ଥାଆନ୍ତି ।
ଆନୁଷ୍ଠାନିକ ଭାବେ ମହାରାଜା ଘୋଷଣା ହେବା ପରେ ବ୍ରିଟେନର ନୂଆ ଜାତୀୟ ସଂଗୀତ ଗାନ କରାଯାଇଛି । ପୂର୍ବରୁ ପ୍ରଚଳିତ ଜାତୀୟ ସଂଗୀତରେ ଗଡ୍ ସେଭ ଦି କ୍ବିନ ( ରାଣୀଙ୍କୁ ଇଶ୍ବର ରକ୍ଷା କରନ୍ତୁ) ଥିବାବେଳେ ତାହାକୁ ସଂଶୋଧନ କରାଯାଇ ଗଡ୍ ସେଭ ଦି କିଙ୍ଗ୍ କରାଯାଇଛି ।

Powered by Froala Editor