ରାଗିଂ ଅଭିଯୋଗ, ଆଇଟିଆଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ
ଭଦ୍ରକ : ଆଇଟିଆଇ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ରାଗିଂରେ କଥା ସହିନପାରି ଆତ୍ମହତ୍ୟା ଊଦ୍ୟମ। ବିଷ ପିଇ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର । ଅବସ୍ଥାରେ ସୁଧାର ନହେବାରୁ କଟକ ସ୍ଥାନାନ୍ତରିତ ପଠାଯାଇଛି। ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଥିବା ପୂର୍ଣ୍ଣଚନ୍ଦ୍ର ଆଇଟିଆଇ କଲେଜରେ ଘଟିଛି ଏହି ଅଘଟଣ । ଏନେଇ ଥାନାରେ ଅଭିଯୋଗ ହୋଇଛି।
କଲେଜରୁ ଘରକୁ ଫେରିବା ପରେ ସେ ବିଷ ପିଇ ଦେଇଥିଲେ। ଘରେ ଅଚେତ ହୋଇ ପଡିବା ସହ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ । ବିଷ ପାଇଥିବା ଛାତ୍ର ଜଣକ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗରେ ପଢନ୍ତି । ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ପରେ କଲେଜରେ ରାଗିଂ ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
Powered by Froala Editor