ଘରେ ରଖନ୍ତୁ ନାହିଁ ଓଲଟା ଝାଡ଼ୁ
ପୌରାଣିକ ଗ୍ରନ୍ଥରେ କୁହାଯାଇଛି ଯେ, ଅନ୍ଧାର ହେବା ପରେ ଝାଡ଼ୁ ଲଗାଇବା ଅଶୁଭ । ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି । ଏହାଛଡ଼ା ଯଦି ଘରର କେହି ସଦସ୍ୟ ଘରୁ ବାହାରକୁ ଯାଆନ୍ତି ତେବେ ତୁରନ୍ତ ଝାଡ଼ୁ ଲଗାଇବା ଅଶୁଭ ହୋଇଥାଏ । ଏଣୁ ସେ ଯିବାର ୧ ରୁ ୨ ଘଣ୍ଟା ପରେ ଘର ସଫା କରନ୍ତୁ । ଏହାକୁ ନେଇ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ଉଲ୍ଲେଖ ରହିଛି । ଜାଣନ୍ତୁ ସେସବୁ..
- ଘରେ କେବେହେଲେ ଓଲଟା ଝାଡ଼ୁ ରଖନ୍ତି ନାହିଁ । ଏହାଦ୍ୱାରା କଳିଝଗଡ଼ା ବଢେ ।
- ଝାଡ଼ୁରେ ଗୋଡ଼ ରଖିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଲକ୍ଷ୍ମୀ କୋପ କରନ୍ତି । ଏଣୁ ଝାଡ଼ୁର ଆଦର କରିବା ଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ ।
- ଝାଡ଼ୁକୁ ସର୍ବଦା ଏପରି ସ୍ଥାନରେ ରଖିବା ଉଚିତ ଯେଉଁଠୁ ଘର ଅଥବା ବାହାର ସଦସ୍ୟ ତାକୁ ଦେଖି ପାରିବେ ନାହିଁ ।
- ଯଦି ଘରର କୌଣସି ଶିଶୁ ହଠାତ୍? ଝାଡ଼ୁ ଲଗାଇବାକୁ କୁହନ୍ତି ତେବେ ଘରକୁ ଅତିଥି ଆସିପାରନ୍ତି ବୋଲି କୁହାଯାଏ ।
- ନୂଆ ଘର କରିବା ପରେ ସେଠାରେ ପୁରୁଣା ଝାଡ଼ୁ ନେଇକରି ଯିବା ଅଶୁଭ ।
- ସ୍ୱପ୍ନରେ ଯଦି କିଏ ନୂଆ ଝାଡ଼ୁ ନେଇ ଛିଡ଼ା ହୋଇଥିବା ଦେଖ, ତେବେ ଏହା ସୌଭାଗ୍ୟ ପ୍ରାପ୍ତିର ପ୍ରତିକ ବୋଲି କୁହାଯାଏ ।
- ଝାଡ଼ୁକୁ କେବେ ହେଲେ ଘର ବାହାରେ ଅଥବା ଛାତ ଉପରେ ରଖିବା ଉଚିତ ନୁହେଁ । ଏହାଦ୍ୱାରା ଘରେ ଚୋରି ହେବାର ଭୟ ରହିଥାଏ ।
Powered by Froala Editor