କରୋନା ଆକ୍ରାନ୍ତ ହେଲେ ‘ଭାରତ ବାୟୋଟେକ୍’ର ୫୦ କର୍ମଚାରୀ

‘ଭାରତ ବାୟୋଟେକ୍’ର ୫୦ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । କମ୍ପାନିର ଯୁଗ୍ମ ପରିଚାଳନା ନିର୍ଦେଶିକା ସୁଚିତ୍ରା ଏଲା ଗତରାତିରେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଭଳି ସୂଚନା ପାଇବା ପରେ ଟୁଇଟର୍ ବ୍ୟବହାରକାରୀମାନେ ମିଶ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ପ୍ରତିକ୍ରିୟାଶୀଳ ହୋଇ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଆପଣଙ୍କର ୫୦% କର୍ମଚାରୀ କିଭଳି କୋଭିଡ୍ ଆକ୍ରାନ୍ତ ହେଲେ? ସେମାନେ କ’ଣ ଟିକା ନେଇ ନ ଥିଲେ? ଅସ୍ଥାୟୀ ଭାବେ ଅଧିକ ଲୋକଙ୍କୁ ନିଯୁକ୍ତି ଦେଉନାହାନ୍ତି କାହିଁକି?
ଏହିଭଳି, ୯,୩୭୩ ଲାଇକ୍ ଏବଂ ୨,୫୬୪ ଲୋକଙ୍କ ଦ୍ବାରା ରି-ଟୁଇଟ୍ ହେବା ପରେ ଏଲା ପ୍ରତ୍ୟୁତ୍ତର ଦେଇ ଲେଖିଥିଲେ, ଆପଣମାନଙ୍କୁ ଧନ୍ୟବାଦ। ୭୫ ବର୍ଷ ବୟସ୍କ ମୋ ଜେଜ ଓ ଜେଜୀମା ୫ ସପ୍ତାହ ପୂର୍ବେ ଟିକା ନେଇଥିଲେ। ଦୁଇ ସପ୍ତାହ ତଳୁ ଉଭୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ପୁନଶ୍ଚ ନେଗେଟିଭ୍ ହୋଇଛନ୍ତି।
କୋଭିଡ୍-୧୯ ଟିକା ‘କୋଭାକ୍ସିନ୍’ ଯୋଗାଣ ସମ୍ବନ୍ଧରେ କେତେକ ରାଜନୈତିକ ନେତାଙ୍କ ମନ୍ତବ୍ୟର ପ୍ରତ୍ୟୁତ୍ତର ଦେଇ ଏଲା ଟୁଇଟ୍ କରିଥିଲେ, ଆମର ମନୋଭାବ ପ୍ରସଙ୍ଗରେ କେତେକ ରାଜ୍ୟର ଅଭିଯୋଗ ଆମ ଟିମ୍କୁ ଖୁବ୍ ଆଘାତ ଦେଇଛି। କୋଭିଡ୍-୧୯ ସଂକ୍ରମିତ ହୋଇଥିବାରୁ ଆମର ୫୦% କର୍ମଚାରୀ କାମ କରୁନାହାନ୍ତି। ମହାମାରୀ ଲକ୍ଡାଉନ ସତ୍ତ୍ବେ ଆମେ ଆପଣମାନଙ୍କ ପାଇଁ ଅହର୍ନିଶ କାର୍ଯ୍ୟ କରୁଛୁ।
Powered by Froala Editor