ଚୀନ୍ରେ ଶକ୍ତିଶାଳୀ ଭୂମିକମ୍ପ, ୪୬ ଜଣଙ୍କ ମୃତ୍ୟୁ

ସୋମବାର ଦକ୍ଷିଣ-ପଶ୍ଚିମ ଚୀନ ସିଚୁଆନ୍ ଅଞ୍ଚଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ୪୬ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ଥିଲା । ଭୂମିକମ୍ପର କେନ୍ଦ୍ର ଲିଡୁଙ୍ଗ କାଉଣ୍ଟି ଥିବା ଜଣାପଡିଛି।
ସୂଚନା ମୁତାବକ, ଆଜି ମଧ୍ୟହ୍ଣରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବହୁ ବଡ଼ ବଡ଼ କୋଠା ଥରିବାକୁ ଲାଗିଥିଲା। ଏହା ଦେଖି ଲୋକମାନେ ଭୟରେ ବାହାରକୁ ଚାଲି ଆସିଥିଲେ। ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଭୂକମ୍ପରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି।
ଭୂମିକମ୍ପର ପ୍ରଭାବ ସିଚୁଆନ ପ୍ରଦେଶର ରାଜଧାନୀ ଚେଙ୍ଗଡୁରେ ବି ଅନୁଭୂତ ହୋଇଥିଲା । କରୋନା ସଂକ୍ରମଣ ଯୋଗୁଁ ଏହି ସହରର ଲକ୍ଷ ଲକ୍ଷ ଲୋକଙ୍କୁ କଠୋର ଲକଡାଉନରେ ରଖାଯାଇଛି । ଏପରିକି ଲୋକମାନଙ୍କ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି । ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଥିବାରୁ ଭୂମିକମ୍ପ ଆସିବା ପରେ ଲୋକମାନେ ନିଜ ନିଜ ଅଗଣାକୁ ଚାଲିଆସିଥିଲେ ।
Powered by Froala Editor