ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋଙ୍କ ଦେହାନ୍ତ
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମଇନୋଙ୍କ ଦେହାନ୍ତ ହୋଇଛି। ବାର୍ଦ୍ଧ୍ୟକଜନିତ ରୋଗରେ ପୀଡ଼ିତ ଥିବା ମାଇନୋ ଗତ ଶନିବାର ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ୩୦ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏହି କାରଣରୁ ବର୍ତ୍ତମାନ ସୋନିଆ ଗାନ୍ଧୀ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ବିଦେଶରେ ଅଛନ୍ତି।
ମାଇନୋଙ୍କ ଦେହାନ୍ତ ୨୭ ତାରିଖରେ ହୋଇଥିବା ଆଜି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟ ୨୭ ତାରିଖ ଶନିବାର ସୋନିଆ ଗାନ୍ଧିଙ୍କ ମା’ ପାଓଲା ମଇନୋଙ୍କ ଦେହାନ୍ତ ଇଟାଲୀ ସ୍ଥିତ ବାସଭବନରେ ହୋଇଛି। ଗତକାଲି ଅର୍ଥାତ ଅଗଷ୍ଟ ୩୦ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ମଧ୍ୟ ଜୟରାମ ରମେଶ ସୂଚନା ଦେଇଛନ୍ତି।
ତେବେ କଂଗ୍ରେସ ଦଳର ନୂତନ ସଭାପତି ନିର୍ବାଚନ ପାଇଁ ତାରିଖ ସ୍ଥିର କରିବାକୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକ ଡକାଯିବାରୁ ଏଥିରେ ଉପସ୍ଥିତ ରହିପାରି ନଥିଲେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। ଏହି କାରଣରୁ ବୈଠକକୁ ଭର୍ଚୁଆଲ ମୋଡରେ କରାଯାଇଥିଲା। ଏହାକୁ ନେଇ ବିରୋଧୀ କଂଗ୍ରେସ ଏବଂ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିବା ବେଳେ ଦଳର ଜରୁରୀ ବୈଠକ ସମୟରେ ବିଦେଶ ଯିବା କ’ଣ ଜରୁରୀ ଥିଲା ବୋଲି ପ୍ରଶ୍ନ କରିଥିଲେ। ଏବେ ଏହି ଖବର ସାମ୍ନାକୁ ଆସିବା ପରେ ବିରୋଧୀଙ୍କୁ ସେମାନଙ୍କ ପ୍ରଶ୍ନର ଜବାବ ମିଳିଛି।
Powered by Froala Editor