କର୍ଣ୍ଣାଟକର ହୁବାଲି ଇଦଗା ପଡ଼ିଆରେ ଗଣେଶ ପୂଜାକୁ ଅନୁମତି
କର୍ଣ୍ଣାଟକର ଇଦ୍ଗାହ ପଡ଼ିଆରେ ଗଣେଶ ପୂଜା ସମାରୋହକୁ ଅନୁମତି ମିଳିଛି। ରାତି ଅଧିଆ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଦେଇଥିବା ଆଦେଶକୁ କାଏମ ରଖି ଅଦାଲତ ଗତକାଲି ମଧ୍ୟରାତ୍ରରେ ଭୂମିରେ ବିଘ୍ନନାଶକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରିବାକୁ ଅନୁମତି ଦେଇଛନ୍ତି।
ସେହି ଅନୁଯାୟୀ ବେଙ୍ଗାଲୁରୁ ହୁବାଲି ଇଦ୍ଗାହ ପଡ଼ିଆରେ ଗଣେଷ ପୂଜା ହେବ । ନିଜର ପୂର୍ବ ରାୟକୁ ସମୀକ୍ଷା କରିବାକୁ ମନାକଲେ କର୍ଣ୍ଣାଟକା ହାଇକୋର୍ଟ। ପୂର୍ବରୁ ଉକ୍ତ ପଡ଼ିଆରେ ଗଣେଶ ପୂଜା ନେଇ ଯେଉଁ ରାୟ ଦେଇଥିଲେ ତାକୁ କାଏମ ରଖିଛନ୍ତି ହାଇକୋର୍ଟ। ଗତକାଲି ମଧ୍ୟରାତ୍ରିରେ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ହାଇକୋର୍ଟ କହିଛନ୍ତି ଯେ, ହୁବାଲ୍ଲି ଜମି ବିବାଦୀୟ ନୁହେଁ। ଉକ୍ତ ପଡ଼ିଆରେ ପୂର୍ବରୁ ଗଣେଷ ପୂଜା ପାଇଁ ସବୁଜ ସଙ୍କେତ ଦେଇଥିଲେ କୋର୍ଟ। ହେଲେ ଏହି ରାୟ ଉପରେ ପୁନର୍ବିଚାର ପାଇଁ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଭିନ୍ନ ଏକ ମାମଲାରେ ବେଙ୍ଗାଲରୁରୁର ଇଦଗା ମୈଦାନରେ ଗଣେଶ ପୂଜାକୁ ନେଇ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା।
ଏହି ମାମଲାରେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ । ସୁପ୍ରିମ କୋର୍ଟଙ୍କ ଏହି ରାୟକୁ ହୁବାଲି ଇଦ୍ଗା ପଡ଼ିଆରେ ଲାଗୁ କରିବାକୁ ଦାବି କରି ହାଇକୋର୍ଟ ଯାଇଥିଲେ ଆବେଦନକାରୀ। ଗତକାଲି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ ହାଇକୋର୍ଟ। ଏହି ମାମଲାରେ ହାଇକୋର୍ଟ କହଥିଲେ ଯେ, ହୁବାଲି ମାମଲା ହେଉଛି ବେଙ୍ଗାଲୁରୁ ଇଦଗା ମାମାଲାଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ବେଙ୍ଗାଲୁରୁ ଇଦଗା ପଡ଼ିଆ ଜମିର ମାଲିକାନାକୁ ନେଇ ଆଇନଗତ ବିବାଦ ରହିଛି। କିନ୍ତୁ ହୁବାଲି ଇଦ୍ଗା ପଡ଼ିଆର ମାଲିକାନାକୁ ନେଇ ସେମିତି କିଛି ବିବାଦ ନାହିଁ। ଉକ୍ତ ପିଡ଼ିଆର ମାଲିକ ହେଉଛନ୍ତି ରାଜ୍ୟ ସରକାର। ତେଣୁ ଏଠାରେ ଯାହା କିଛି ହେବା ତାହା ସରକାର ହସ୍ତକ୍ଷେପ କରିବାର ଅଧିକାର ରହିଛି। ଏଠାରେ ପୂଜା ବନ୍ଦ ପାଇଁ ହୋଇଥିବା ଆବେଦନକୁ ଖାରଜ କରି ଏହା କହିଛନ୍ତି ହାଇକୋର୍ଟ।

Powered by Froala Editor