ଚେନାଇ ସଡକ ଦୁର୍ଘଟଣାରେ ଓଡ଼ିଆ ଯୁବକର ମୃତ୍ୟୁ : ଶବ ଘରକୁ ଆଣିବାକୁ ଦରକାର ୬୦ ହଜାର
ଚେନାଇରେ ଏକ କମ୍ପାନୀରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିବା କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସଢା ପଞ୍ଚାୟତ ଖଳାଗାଡିଆ ଗ୍ରାମର ଜଣେ ଯୁବକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ୨୨ବର୍ଷୀୟ ପୁଅ ଖଗେଶ୍ୱର ନାୟକ କିଛିବର୍ଷ ହେବ ଚେନାଇରେ ରହି ଏକ କମ୍ପାନୀରେ ସିକ୍ୟୁରିଟ କାମ କରନ୍ତି। ଆଜି ସକାଳ ୮ଟା ବେଳେ ଡିଉଟିକୁ ଯାଉଥିବା ସମୟରେ ରାସ୍ତାରେ ପଛପଟୁ ଏକ କାର ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଆପୋଲ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ଖବର ପାଇ ସେଠାରେ କାମ କରୁଥିବା ତାଙ୍କର କିଛି ସମ୍ପର୍କୀୟ ଡାକ୍ତରଖାନାରେ ପହଞ୍ଚି ଥିଲେ ବି ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଭିତରକୁ ଛାଡି ନଥିଲେ। ଡାକ୍ତରଖାନାରେ ହୋଇଥିବା ଚିକିତ୍ସା ଖର୍ଚ୍ଚ ଦେବାପରେ ଯାଇ ଶବ ହସ୍ତାନ୍ତର କରାଯିବ ବୋଲି କହିଥିଲେ। ତାଙ୍କ ଗ୍ରାମର କିଛି ଯୁବକ ଓ ତାଙ୍କ ସମ୍ପର୍କୀୟ ମାନେ ୨୦ହଜାର ଟଙ୍କା ଦେଇ ଡାକ୍ତରଖାନାର ଖର୍ଚ୍ଚ ପୈଠ କରିଥିଲେ ବି ଶବକୁ ଘରକୁ ଆଣିବାକୁ ଆମ୍ବୁଲାନ୍ସ ୬୦ହଜାର ନେବ। ତାଙ୍କ ପରିବାର ଏତେ ସ୍ୱଚ୍ଛଳ ନଥିବାରୁ ଏତେ ଟଙ୍କା କେଉଁଠୁ ଆଣିବେ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି ପରିବାର ଲୋକେ। ଏ ସମ୍ପର୍କରେ କିଛି ଯୁବକ ସାମାଜିକ ଗଣମାଧ୍ୟମରୁ ଜାଣିବା ପରେ ସହଯୋଗର ହାତ ବଢାଇଛନ୍ତି।

Powered by Froala Editor