ସୋନାଲିଙ୍କୁ କ୍ଲବ୍ରେ ଜବରଦସ୍ତି ପିଆଯାଇଥିଲା ନିଶା

ବିଜେପି ନେତା ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଆଉ ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଏଥିରେ ଦେଖିବାକୁ ମିଳିଛି ଯେ, ନାଇଟ୍ କ୍ଲବରେ ଡ୍ୟାନ୍ସ ସମୟରେ ସୋନାଲିଙ୍କୁ ମଦ ପିଇବାକୁ ଜବରଦସ୍ତି କରାଯାଉଛି। ମଦ ପିଆଉଥିବା ବ୍ୟକ୍ତିଜଣଙ୍କ ସୁଧୀର ସାଙ୍ଗଓ୍ଵାନ ପରି ଦେଖା ଯାଉଛନ୍ତି। ସୁଧୀର ହିଁ ସୋନାଲିଙ୍କ ଅନ୍ୟତମ ସହଯୋଗୀ। ସୋନାଲିଙ୍କ ହତ୍ୟା ମାମଲାରେ ତାଙ୍କୁ ପୋଲିସ୍ ଗିରଫ କରି ସାରିଛି। ଆଉ ଏହି ଭିଡିଓ କ୍ଲିପ୍ ପୋଲିସ୍ ତରଫରୁ ଜାରି କରାଯାଇଛି।
ତେବେ ସୋନାଲି ଯେଉଁ କ୍ଲବ୍ ଯାଇଥିଲେ ସେଠାରୁ ଡ୍ରଗ୍ସ ଉଦ୍ଧାର ହୋଇଥିବାରୁ ପୁଲିସ୍ କ୍ଲବ୍ ମାଲିକକୁ ଗିରଫ କରିଛି। ପୁଲିସ୍ କ୍ଲବ୍ର ଗାଧୁଆଘରୁ ଡ୍ରଗ୍ସ ଜବତ କରିଥିଲା। ଏବେ ସୁଦ୍ଧା ପୁଲିସ୍ ସମୁଦାୟ ୪ ଜଣଙ୍କୁ ଗିରଫ କରି ସାରିଲାଣି। ପୁଲିସ୍ କ୍ଲବ୍ ମାଲିକକୁ ଧରି ପଚାରାଉଚରା କରିବା ପରେ ଗିରଫ କରିଛି। ଗୋଆ ପୁଲିସ୍ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛି ଯେ ସୋନାଲି ଫୋଗାଟ୍ ଡ୍ରଗ୍ ନେଇଥିଲେ। ଗୋଆ ପୁଲିସର ପଚରାଉଚରା ବେଳେ ସୋନାଲି ଫୋଗାଟଙ୍କ ମୃତ୍ୟୁ ପୂର୍ବରୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ବୋଲି ଜଣାପଡିଛି।
ପୁଲିସ୍ ଅଧିକାରୀଙ୍କ ମୁତାବକ ଅଟକ ରଖା ଯାଇଥିବା ଅନ୍ୟ ବ୍ୟକ୍ତି ହେଉଛନ୍ତି କର୍ଲିଜ ରେଷ୍ଟୁରାଣ୍ଟର ମାଲିକ ଏଡଭିନ ନୁନ୍ସ। ଏ ହେଉଛି ସେହି ରେଷ୍ଟୁରାଣ୍ଟ ଯେଉଁଠି ମୃତ୍ୟୁ ପୂର୍ବରୁ ଅଗଷ୍ଟ ୨୨ ବିଳମ୍ବିତ ରାତ୍ରିରେ ସୋନାଲି ଫୋଗଟ୍ ପାର୍ଟି କରିଥିଲେ। ଫୋଗଟଙ୍କୁ ଅଗଷ୍ଟ ୨୩ ସକାଳେ ହୋଟେଲ୍ରୁ ଉତ୍ତରୀ ଗୋଆର ଅଞ୍ଜୁନା ଜିଲ୍ଲାର ସେଣ୍ଟ ଆନ୍ଥୋନୀ ହସ୍ପିଟାଲ୍କୁ ମୃତ ଅବସ୍ଥାରେ ଆଣିଥିଲେ।
Powered by Froala Editor