ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି କରେ କଫି, ଜାଣନ୍ତୁ କିପରି କରିବେ ବ୍ୟବହାର

କଫି ବ୍ୟବହାର କରି ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରାଯାଇପାରିବ। ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚାର କଳାଦାଗ ଦୂରକରିବା ସହିତ ଉଜ୍ଜ୍ୱଳତା ବୃଦ୍ଧି କରିିଥାଏ। ଜାଣନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ …
କଫିକୁ ଫେସ୍ ମାସ୍କଭାବେ ବ୍ୟବହାର କରାଯାଇପାରିବ। ଏଥିପାଇଁ ୨ବଡ଼ ଚାମଚ କଫି ଗୁଣ୍ଡରେ ୨ ବଡ଼ ଚାମଚ ଆଲୋଭେରା ଜେଲ୍ ମିଶାନ୍ତୁ। ଏହି ପେଷ୍ଟକୁ ମୁହଁରେ ଅଧଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହାପରେ ଥଣ୍ଡାପାଣିରେ ମୁହଁ ଧୋଇ ଦିଅନ୍ତୁ।
କଫିକୁ ଫେସ୍ ସ୍କ୍ରବ୍ଭାବେ ବ୍ୟବହାର କରିବା ପାଇଁ ଏହାର ଏକ ପେଷ୍ଟ ତିଆରି କରନ୍ତୁ। ଏଥିପାଇଁ ୨ ବଡ଼ ଚାମଚ କଫି ପାଉଡର ସହିତ ୧ ବଡ଼ ଚାମଚ ଅଲିଭ୍ ଅଏଲ୍ ଭଲଭାବେ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇ ଗୋଲାକାରରେ ଘଷନ୍ତୁ। ୫ ମିନିଟ୍ ପର୍ଯ୍ୟନ୍ତ ଘଷିବା ପରେ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
କଫି ଏକ ସୁନ୍ଦର ଆଇ ମାସ୍କ ମଧ୍ୟ। ତେଣୁ ଆଖି ତଳେ ଏହାକୁ ଲଗାଇପାରିବେ। ଏଥିପାଇଁ କଫି ଗୁଣ୍ଡରେ ସମାନ ମାତ୍ରାରେ ଅଲିଭ୍ ଅଏଲ୍ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ଆଖି ତଳେ ଲଗାଇ ୧୦ ମିନିଟ୍ ପରେ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। ଲଗାତର ଏପରି କରିବା ଫଳରେ ଆଖିତଳର ଦାଗ ଓ କୁଞ୍ଚନ କମ୍ ହୋଇଯିବ।
ଅତ୍ୟଧିକ ଟାଣ ଖରାରୁ ଫେରିବା ପରେ ଆଖି ଲାଲ୍ ହୋଇ ଥିଲେ କଫି ବ୍ୟବହାର କରିହେବ। ଏଥିପାଇଁ ଫ୍ରିଜ୍ରୁ ଏକ କପ୍ ଥଣ୍ଡା ପାଣି ଆଣନ୍ତୁ। ଏଥିରେ କଫିକୁ ଗୁଣ୍ଡକରି ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ଏକ ପତଳା ସୂତା କପଡ଼ାକୁ ଭିଜାଇ ବାହାର କରି ଦିଅନ୍ତୁ। କପଡ଼ାକୁ ଚିପୁଡ଼ି ଆଖି ଉପରେ ଲଗାଇ ରଖନ୍ତୁ। ଏହିପରି ବାରମ୍ବାର କରିବା ପରେ ଆଖିକୁ ବେଶ୍ ଆରାମ ଲାଗିବ ଓ ଆଖି ସୁନ୍ଦର ଦେଖାଯିବ।
Powered by Froala Editor