ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ନବୀନଙ୍କୁ ପୁଣି ଏକ ସମ୍ମାନ

ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ଦୃଷ୍ଟାନ୍ତକାରୀ କାର୍ୟ୍ୟକ୍ରମ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଏକ ସମ୍ମାନ ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଟ୍ରଫି ଓ ପୁରସ୍କାର ଗ୍ରହଣ କରିଛନ୍ତି । ଇକୋନୋମିକ ଟାଇମ୍ସ ପକ୍ଷରୁ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି ।
ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଆୟୋଜକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ''ନବେ ଦଶକରେ ଓଡ଼ିଶା ଦାରିଦ୍ର୍ୟ ଏବଂ ଭୋକିଲା ପାଇଁ ଖବରର ଶୀର୍ଷ ମଣ୍ଡନ କରୁଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି କାର୍ୟ୍ୟକ୍ରମ ଓଡ଼ିଶାକୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ରାଜ୍ୟରେ ଖାଦ୍ୟ ଅଭାବରୁ କେହି ମୃତ୍ୟୁବରଣ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଆଜି ସାକାର ହୋଇଛି । ୨୦୧୧ ଜନଗଣନା ଆଧାରରେ ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଚଳନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶା ଆଉ ପାଦେ ଆଗକୁ ଯାଇ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ସେଥିରେ ଯୋଡିଛି । ଫଳରେ ଅଧିକ ଲୋକ ଉପକୃତ ହେଉଛନ୍ତି ।''ଖାଦ୍ୟ ସୁରକ୍ଷାଖାଦ୍ୟ ସୁରକ୍ଷାଏହାମଧ୍ୟ ପଢନ୍ତୁ: ବାରମ୍ବାର ରିମାଇଣ୍ଡର ସତ୍ତ୍ୱେ ସମ୍ପତ୍ତି ତାଲିକା ଦାଖଲ କରୁନାହାଁନ୍ତି ଅଧିକାରୀଖାଦ୍ୟ ଉତ୍ପାଦନ ଏବଂ ବଣ୍ଟନରେ ଓଡ଼ିଶା ବହୁତ ଆଗକୁ ଯାଇଛି । ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପାଇଛି । ଇଟାଲିରେ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ଵ ଖାଦ୍ୟ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ୫ଟି ପ୍ରଚଳନ ଯୋଗୁଁ ଖାଦ୍ୟ ସୁରକ୍ଷା ଆହୁରି ଦୃଢ଼ୀଭୂତ ହୋଇଛି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନରେ ଓଡ଼ିଶାକୁ ୧ ନମ୍ବର ରାଜ୍ୟର ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ଗତ ମାସରେ କେନ୍ଦ୍ର ଖାଦ୍ୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ପିୟୁଷ ଗୋଏଲ ଏହି ଘୋଷଣା କରିଛନ୍ତି ।
Powered by Froala Editor