ମୋବାଇଲ କିଣିବାକୁ ଟଙ୍କା ଦେଲାନି ମା’, ଆତ୍ମହତ୍ୟା କଲା ପୁଅ
ମା ମୋବାଇଲ୍ କିଣିବା ପାଇଁ ୨ହଜାର ଟଙ୍କା ନଦେବାରୁ କୀଟନାଶକ ଖାଇ ଆତ୍ମହତ୍ୟା କରିଛି ପୁଅ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଅନ୍ତର୍ଗତ ବଣମହୁଲଡିହା ଗ୍ରାମରେ ଏ ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ଯୁଗଳ ନାଏକ ଙ୍କ ପୁଅ ବିଶ୍ଵାମିତ୍ର ନାଏକ (୨୦)। ସେ ଗତକାଲି ରାତିରେ ଘରକୁ ଫେରି ମାକୁ ମୋବାଇଲ୍ କିଣିବା ପାଇଁ ୨ ହଜାର ଟଙ୍କା ମାଗିଥିଲେ । ମା ନଦେବାରୁ ସେ କୀଟନାଶକ ଔଷଧ ଖାଇ ଦେଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଘଟଗାଁ ପୁଲିସ ମୃତକର ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।
Powered by Froala Editor