ସୋନାଲିଙ୍କୁ ହତ୍ୟା କରାଯାଇଛି

ଟିକ୍ଟକ୍ ଷ୍ଟାର୍ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟକୁ ନେଇ ଚର୍ଚ୍ଚା ଚାଲିଛି । ହୃଦ୍ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଏହାକୁ ସହଜରେ ବିଶ୍ୱାସ କରୁନାହାନ୍ତି। ଏହା ପଛରେ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ସୋନାଲିଙ୍କ ଯୌନ ଶୋଷଣ କରାଯିବା ସହ ତାଙ୍କ ସମ୍ପତ୍ତି ଉପରେ କବ୍ଜା କରିବା ପାଇଁ ଯୋଜନା କରାଯାଇଥିବା ଅଭିଯୋଗ ଉଠିଛି।
ତାଙ୍କ ସହ ଗୋଆ ଯାଇଥିବା ଦୁଇଜଣ ସହଯୋଗୀ ଏହି ଷଡ଼ଯନ୍ତ୍ର ସହ ସମ୍ପୃକ୍ତ ଥିବା ସୋନାଲିଙ୍କ ଭାଇ ରିଙ୍କୁ ଫୋଗଟ କହିଛନ୍ତି। ସୋନାଲିଙ୍କ ବ୍ୟକ୍ତିଗତ ସହକାରୀ (ପିଏ) ସୁଧୀର ସଙ୍ଗ୍ବାନ ଓ ତାଙ୍କ ବନ୍ଧୁ ସୁଖଓ୍ବିନ୍ଦର ସିଂଙ୍କୁ ହତ୍ୟା ମାମଲାରେ ଗିରଫ କରାଯିବା ସହ ମାମଲାର ସିବିଆଇ ତଦନ୍ତ ଲାଗି ସେ ଦାବି କରିଛନ୍ତି।
ସୁଧୀର ବିଜେପି ନେତ୍ରୀଙ୍କୁ ବଳାତ୍କାର କରିବା ସହ ତାଙ୍କୁ ବ୍ଲାକ୍ମେଲ କରିଆସୁଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ଦେଇ ନଥିଲେ। ଦୁଇ ଅଭିଯୁକ୍ତ ଗୋଆରେ ଥିଲେ ମଧ୍ୟ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଫୋଗଟଙ୍କ ପରିବାର କହିଛନ୍ତି।
କେବଳ ସେତିକି ନୁହେଁ ଏ ଦୁହେଁ ଗତ ତିନି ବର୍ଷ ହେଲା ସୋନାଲିଙ୍କୁ ବ୍ଲାକମେଲ୍ କରୁଛନ୍ତି। ସୋନାଲିଙ୍କୁ ନିଶା ଦେଇ ତାଙ୍କର ଅଶ୍ଳୀଳ ଭିଡିଓ ବନାଇ ଥିଲେ। ଏହି ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ବ୍ଲାକମେଲ୍ କରୁଥିଲେ ବୋଲି ଭାଇ ରିଙ୍କୁ ଅଭିଯୋଗ ଆଣିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି।
Powered by Froala Editor