ପୁଣି ତେଜିଲା ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ର ବିବାଦ: ୫କୋଟି ଟଙ୍କା ମାନହାନି ମାମଲା ଦାୟର କଲେ ପ୍ରକୃତି
ଭୁବନେଶ୍ୱର : ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ବିବାଦ ପୁଣି ତେଜିଛି । ଆଜି ପ୍ରକୃତି ମିଶ୍ର ଭୁବନେଶ୍ୱରର କୋର୍ଟରେ ୫କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି । ସେ ଏହି ମାନହାନି ମାମଲା ବାବୁସାନଙ୍କ ଶ୍ୱଶୁର ଳଳିତ ଶତପଥୀ ଓ ପତ୍ନୀ ତୃପ୍ତି ଶତପଥୀଙ୍କ ନାଁ’ରେ କରିଛନ୍ତି । ଏହାସହତି ଏହି ମାମଲାରେ ସୋସିଆଲ ମିଡିଆକୁ ପ୍ରକୃତି ପକ୍ଷଭୁକ୍ତ କରିଛନ୍ତି ।
ଓ ୟୁଟୁ୍ୟବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ସେ ୟୁଟୁ୍ୟବକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି । ସୂଚନା ଅନୁସାରେ ଗତ ମାସ ଜୁଲାଇ ୨୩ ତାରିଖରେ ରାଜଧାନୀ ରାସ୍ତା ଉପରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଗୋଟିଏ କାରରେ ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ର ଯାଉଥିବାବେଳେ ବାଟରେ ଅଟକାଇଥିଲେ ତୃପ୍ତି । ଆଉ ତାପରେ ତୃପ୍ତି ବାବୁସାନଙ୍କୁ ଟଣା ଓଟରା କରିବା ସହ ପ୍ରକୃତିଙ୍କୁ ମାଡ ମାରିଥିବା ଦେଖିବାକୁ ମିଳିଥିଲା । ତାପରେ ପ୍ରକୃତିଙ୍କ ପକ୍ଷରୁ ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତିଙ୍କ ମାଆ ।
ପ୍ରକୃତିଙ୍କ ବିରୋଧରେ ମଧ୍ୟ ତୃପ୍ତି ଥାନାରେ ଅଭିଯୋଗ କରିଥିଲେ । ପ୍ରକୃତି ତାଙ୍କ ସ୍ୱାମୀ ବାବୁସାନଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟୁଥିବା ଅଭିଯୋଗ କରିଥିଲେ । ଏପରିକି ବାରମ୍ବାର ମନାକରିବା ସତ୍ୱେ ବାବୁସାନଙ୍କୁ ବ୍ଲାକମେଲ କରି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ । ତୃପ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରକୃତିଙ୍କୁ ଡାକି ପଚରାଉଚୁରା କରିଥିଲା ।
Powered by Froala Editor