ଗିରଫ ପରେ ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜାଙ୍କୁ ଦଳରୁ ନିଲମ୍ବିତ କଲା ବିଜେପି
ପ୍ରଫେଟ୍ ମହମ୍ମଦଙ୍କୁ ନେଇ ଦେଇଥିବା ଅପମାନ ଜନକ ମନ୍ତବ୍ୟ ପାଇଁ ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜାଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ପଠାଇ ଦିଆଯାଇଛି। ମଙ୍ଗଳବାର ସକାଳେ ତାଙ୍କୁ ଏହି ଅଭିଯୋଗରେ ପୋଲିସ ଗିରଫ କରିଛି। ଅନ୍ୟପଟେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କ ଅଭଦ୍ର ଟିପ୍ପଣୀ କରି ଗିରଫ ହୋଇଥିବା ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଲମ୍ବିତ କରିଛି ବିଜେପି। ଆଜି ସକାଳେ ହିଁ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଏହାର କିଛି ଘଣ୍ଟା ପରେ ବିଜେପି ତାଙ୍କୁ ନିଲମ୍ବିତ କରିଛି। ଏଥିସହ କାହିଁକି ତାଙ୍କୁ ଦଳରୁ ବହିଷ୍କାର କରା ନଯିବ, ତା’ର ଜବାବ ୧୦ ଦିନ ମଧ୍ୟରେ ଦେବାକୁ ମଧ୍ୟ ବିଜେପି ହାଇକମାଣ୍ଡ ନୋଟିସରେ କହିଛନ୍ତି।
ବିଧାୟକ ଟି ରାଜା ସୋମବାର ସକାଳେ ଷ୍ଟାଣ୍ଡ-ଅପ୍ କମେଡିଆନ୍ ମୁନବ୍ବର ଫାରୁକିଙ୍କ ବିଷୟରେ ଆଲୋଚନା କରି ଏକ ଭିଡିଓ ଜାରି କରିଥିଲେ। ସେହି ଭିଡିଓରେ ଇସ୍ଲାମ୍ ବିରୋଧରେ ବିଭିନ୍ନ ଟିପ୍ପଣୀ ଦେଇଥିଲେ। ଫଳରେ ତାଙ୍କର ଗିରଫଦାରି ପାଇଁ ସଂଖ୍ୟାଲଘୁ ସମ୍ପ୍ରଦାୟର ଅନେକ ଲୋକ ହାଇଦରାବାଦର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେତେବେଳେ ଟିରାଜା ସିଂହଙ୍କ ବିରୋଧରେ ଧାର୍ମିକ ଆଧାରରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତୃତାକୁ ଉତ୍ସାହିତ କରିବା, ଜାଣିଶୁଣି ଖରାପ ଭାବନା କାମକରିବା ସମ୍ପର୍କିତ ମାମାଲା ରୁଜୁ କରାଯାଇଥିଲା।
ବିଜେପିର କେନ୍ଦ୍ରୀୟ ଶୃଙ୍ଖଳା କମିଟିର ମହାସଚିବ ଓମ ପାଠକ ଜାରି କରିଥିବା ନୋଟିସରେ କହିଛନ୍ତି, “ଅନେକ ପ୍ରସଙ୍ଗରେ ଆପଣ ଦଳର ଆଭିମୁଖ୍ୟ ଠାରୁ ଆଗକୁ ଯାଇ ମତ ରଖିଛନ୍ତି। ଏହା ସ୍ପଷ୍ଟ ଭାବେ ଭାରତୀୟ ଜନତା ପାର୍ଟି ପ୍ରଣୟନ କରିଥିବା ସମ୍ବିଧାନର ୧୦(କ) ଅନ୍ତର୍ଗତ ନିୟମ xxvର ଖୋଲା ଉଲ୍ଲଙ୍ଘନ।
Powered by Froala Editor