ଏହି ବୟସରୁ ବ୍ୟବହାର କରନ୍ତୁ ଆଣ୍ଟି ଏଜିଂ କ୍ରିମ୍

ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠେ ସେମାନେ ଆଣ୍ଟି ଏଜିଂ କ୍ରିମ୍ ବ୍ୟବହାର କରିବା ଉଚିତ୍ କି ନୁହେଁ । ଏହି ଦ୍ୱନ୍ଦ୍ୱରେ, ସେମାନେ ଠିକ୍ ସମୟରେ କ୍ରିମ୍ ବ୍ୟବହାର କରିପାରନ୍ତି ନାହିଁ। ତେବେ ଚାଲନ୍ତୁ ଜାଣିବା କେଉଁ ବୟସରୁ ଆଣ୍ଟି ଏଜିଂ କ୍ରିମ୍ ବ୍ୟବହାର କରାଯିବା ଉଚିତ୍।
ଆଣ୍ଟି ଏଜିଂ କ୍ରିମ୍ର ବ୍ୟବହାର ୨୦ ବର୍ଷ ବୟସ ର ଶେଷ ଏବଂ ୩୦ର ଆରମ୍ଭରୁ ସବୁଠୁ ଭଲ ହୋଇଥାଏ। କାରଣ ଆପଣଙ୍କୁ ନିଜ ଚର୍ମରେ ବାର୍ଦ୍ଧକ୍ୟର ଲକ୍ଷଣ ବୁଝିବା ପାଇଁ ବର୍ଷ ବର୍ଷ ଲାଗିପାରେ। ତେଣୁ ଆପଣ ଆଣ୍ଟି ଏଜିଂ କ୍ରିମ୍ ବ୍ୟବହାର ଆରମ୍ଭ କରିବା ଉଚିତ୍ ଯାହା ଦ୍ୱାରା ବାର୍ଦ୍ଧକ୍ୟର ପ୍ରକ୍ରିୟା ଧିର ହୋଇଯିବ। ଏହା ସହିତ, ଆପଣଙ୍କୁ ନିଜର ଡାଏଟ୍, ସ୍କିନ୍ କେୟାର୍ ରୁଟିନ୍ ଏବଂ ସୁସ୍ଥ ଅଭ୍ୟାସର ମଧ୍ୟ ଯତ୍ନ ନେବାକୁ ପଡିବ।
ଆପଣଙ୍କ ବୟସ ବଢିବା ସହିତ ଏହାର ପ୍ରଥମ ପ୍ରଭାବ ଚର୍ମ ଉପରେ ଦେଖାଯାଏ। ଯେପରିକି ଚର୍ମର ଶୁଷ୍କତା, ଚର୍ମ ଲୁଜ୍ ହେବା ଇତ୍ୟାଦି। ଯଦି ଆପଣ କ୍ରମାଗତ ଭାବରେ ଆଣ୍ଟି ଏଜିଙ୍ଗ୍ କ୍ରିମ୍ ବ୍ୟବହାର କରନ୍ତି ତେବେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିପାଇଁ ଆପଣ ହିପ୍ ସିଡ୍ ଅଏଲ୍ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ଆଖି, ଗାଲ ଏବଂ ବେକରେ ଥିବା ଚର୍ମକୁ ଟୋନ୍ କରିବାରେ ସାହାଯ୍ୟ କରେ। ଏହା ସହିତ, ଏହା ଶୁଷ୍କତାକୁ ଦୂର କରି ଚର୍ମକୁ ହାଇଡ୍ରେଟ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
Powered by Froala Editor