ଦୁର୍ଗାପୂଜା ନେଇ ମମତାଙ୍କ ବଡ଼ ଘୋଷଣା : ଏଥର ୫୦ ନୁହେଁ ୬୦ ହଜାର ମିଳିବ ସହାୟତା ରାଶି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଗା ପୂଜା ଉତ୍ସବର ଘୋଷଣା କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ପୂଜା କମିଟିକୁ ଆର୍ଥିକ ସହାୟତା ବୃଦ୍ଧିକୁ ଅନୁମୋଦନ କରିଛନ୍ତି ସରକାର। ଏ ବର୍ଷ ରାଜ୍ୟ ସରକାର ୫୦,୦୦ରୁ ୬୦,୦୦୦ ଟଙ୍କା ବୃଦ୍ଧି କରିଛନ୍ତି । ପୂର୍ବ ବର୍ଷ ପୂଜା କମିଟିକୁ ୫୦,୦୦୦ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ଦେଇଥିଲେ ସରକାର। ଦୁର୍ଗା ପୂଜା ଉତ୍ସବ ସେପ୍ଟେମ୍ବର ୧ରୁ ମଧ୍ୟ କୋଲକାତାରେ ଏକ ମେଗା ରାଲି ସହ ଆରମ୍ଭ ହେବ।
ଦୁର୍ଗାପଜା ସାଙ୍ଗଠନିକ କମିଟି ସଦସ୍ୟଙ୍କ ବୈଠକରେ ଆଜି ମମତା ଯୋଗ ଦେଇଥିଲେ । ଏହି ବୈଠକ ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ହୋଇଥିଲା। ଏହି ବୈଠରେ ମମତା ଦୁର୍ଗାପୂଜା କମିଟି ସଦସ୍ୟଙ୍କ ପାୱାର ତାରିଫ ୬୦ ପ୍ରତିଶତ ଡିସକାଉଣ୍ଟ ଘୋଷଣା କରିଥିଲେ। ସେହିପରି ଦୁର୍ଗାପୂଜା ପାଇଁ ମମତା ବାନାର୍ଜୀ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ସରକାରୀ ଛୁଟି ଘୋଷଣା କରିଛନ୍ତି।
ବାନାର୍ଜୀ କହିଛନ୍ତି, ତାଙ୍କ ସରକାର ୟୁନେସ୍କୋଙ୍କୁ ଦୁର୍ଗା ପୂଜାକୁ ସାଂସ୍କୃତିକ ବିରାସତ ଘୋଷିତ କରିବା ନେଇ ଧନ୍ୟବାଦ ଜଣାଇଛନ୍ତି। ଏହାକୁ ନେଇ ସେପ୍ଟେମ୍ବର ୧ରେ ରାଲିର ଆୟୋଜନ କରାଯିବ ବୋଲି ମମତା କହିଛନ୍ତି।
ସେ କହିଛନ୍ତି, କେନ୍ଦ୍ର ରାଜ୍ୟ ପାଇଁ ଧନ ରାଶି ଆବଣ୍ଟିତ କରୁ ନାହାନ୍ତି। ଏହା ସତ୍ତ୍ଵେ ବି ଆମେ ପୂଜା କମିଟିଙ୍କ ପାଇଁ ଦାନ ରାଶିରେ ବୃଦ୍ଧି କରିବୁ। ଗତ ବର୍ଷର ୫୦ ହଜାର ଟଙ୍କା ପରିବର୍ତ୍ତେ ଚଳିତ ବର୍ଷ ୬୦ ହଜାର ଟଙ୍କା ପ୍ରତି ପୂଜା କମିଟିକୁ ଦାନ କରାଯିବ।

Powered by Froala Editor