ସିକ୍ୟୁରିଟି ଗାର୍ଡ଼ଙ୍କୁ ଦୁର୍ବ୍ୟବହାର : ଥାନାକୁ ଗଲେ ଯୁବତୀ
ନୋଏଡାରେ ଜଣେ ଯୁବତୀ ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କୁ ଦୁର୍ବ୍ୟବହାର ଏବଂ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ ରବିବାର ଦିନ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଭବ୍ୟ ରାୟ।
ସୂଚନା ଅନୁଯାୟୀ ସିକ୍ୟୁରିଗାର୍ଡ଼ ଜଣକ ଗେଟ ଖୋଲିବାରା ବିଳମ୍ବ ହେବାରୁ ଯୁବତୀ ଜଣକ ରାଗିଯାଇ ତାଙ୍କୁ ଗାଳି ଗୁଲଜ କରିଥିଲେ। ଏହି ସମୟରେ ତାଙ୍କ ସେ ଅସଭ୍ୟ ଭାଷା ପ୍ରୟୋଗ କରିବା ସହ ତାଙ୍କୁ ନିର୍ଯାତନା ଦେଇଥିଲେ। ଯୁବତୀ ଗାର୍ଡଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ସହ ମାର୍ପିଟ୍ କରିଥିଲେ। ପାଖରେ ଠିଆ ହୋଇଥିବା ଅନ୍ୟ ଗାର୍ଡମାନେ ମହିଳା ଜଣଙ୍କୁ ଏଭଳି ନକରିବା ପାଇଁ କହୁଥିଲେ ସୁଦ୍ଧା ସେ କିଛି ଶୁଣୁ ନଥିଲେ। ଘଟଣାର କିଛି ସମୟ ପରେ ସୁରକ୍ଷାକର୍ମୀଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିଲା।
Powered by Froala Editor