ଆଜିଠୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆବେଦନ କରି ପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଆଜି ଦିନ ୧୧ଟା ଠାରୁ www.samsodisha. gov. inରେ ଅନ୍ଲାଇନ୍ ଆବେଦନ ଫର୍ମ ଉପଲବ୍ଧ ହେବ। ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨୫ ରହିଛି । ଅଗଷ୍ଟ ୨୫ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ। ସେମାନଙ୍କର ଆଡ୍ମିଶନ ପ୍ରକ୍ରିୟା ସେପ୍ଟେମ୍ବର ୨ରୁ ୫ ତାରିଖ ପର୍ୟ୍ୟନ୍ତ ଚାଲିବ। ଏହା ପରେ ସେପ୍ଟେମ୍ବର ୧୧ରେ ୨ୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏଥିରେ ଯେଉଁ ଛାତ୍ରଛାତ୍ରୀଙ୍କ ନାଁ ଥିବ ସେମାନଙ୍କ ନାମଲେଖା ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପର୍ୟ୍ୟନ୍ତ ଚାଲିବ। ଏହା ପରେ ସିଟ୍ ଖାଲି ପଡ଼ିଲେ ସେପ୍ଟେମ୍ବର ୧୬ ତାରିଖରେ ସେ ସଂପର୍କିତ ସୂଚନା ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ।
Powered by Froala Editor